ସୌରଭ ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ହସ୍ପିଟାଲ ପକ୍ଷରୁ ବଡ ବୟାନ, ଆଉ ହେବନି ଦାଦାଙ୍କ ଏଞ୍ଜିଓପ୍ଲାଷ୍ଟି

Published By : Prameya-News7 Bureau | January 04, 2021 IST

କୋଲକାତା ୦୪/୦୧ : ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନ ବିସିସିଆଇ ଅଧ୍ୟକ୍ଷ ଥିବା ସୌରଭ ଗାଙ୍ଗୁଲିଙ୍କୁ ହୃଦଘାତ ହେବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଉଡଲାଣ୍ଡସ୍ ହସ୍ପିଟାଲ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ, ଗାଙ୍ଗୁଲିଙ୍କୁ ଆଉ ଏଞ୍ଜିଓପ୍ଲାଷ୍ଟିର ଆବଶ୍ୟକତା ନାହିଁ । କାରଣ ତାଙ୍କର ସ୍ବାସ୍ଥ୍ୟବସ୍ଥାରେ ପୂର୍ବାପେକ୍ଷା ବର୍ତ୍ତମାନ ଦ୍ରୁତ ସୁଧାର ଆସିଛି ।

ସୂଚନା ଅନୁସାରେ ସୌରଭ ଗାଙ୍ଗୁଲିଙ୍କୁ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ଚିକିତ୍ସା​‌ କରୁଥିବା ଡାକ୍ତର ଜାତିରେ ବ୍ଲକେଜ୍‌ କାରଣରୁ ହୃଦଘାତ ହୋଇଥିବା ସୂଚନା ଦେଇଥିଲେ ।

ସୋମବାର ଉଡଲାଣ୍ଡସ୍ ହସ୍ପିଟାଲର ୮ ଜଣିଆ ଡାକ୍ତରୀ ଟିମର ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଗାଙ୍ଗୁଲିଙ୍କ ପରିବାର ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ । ଏହା ସହ ଗାଙ୍ଗୁଲିଙ୍କର ଆଗାମୀ ଚିକିତ୍ସା ବାବଦରେ ମଧ୍ୟ ଆଲୋଚନା କରାଯାଇଥିଲା । ମେଡିକାଲ ଟିମର ସଦସ୍ୟମାନେ ଗାଙ୍ଗୁଲିଙ୍କର ମେଡିକାଲ ରେକର୍ଡ ଏବଂ ବର୍ତ୍ତମାନ ସ୍ବାସ୍ଥ୍ୟବସ୍ଥା ବିଷୟରେ ସମୀକ୍ଷା କରିଥିଲେ ।

ସୌରଭ ଗାଙ୍ଗୁଲିଙ୍କ ଛାତି​‌ରେ ଦୁଇଟି ବ୍ଲକେଜ୍ ଥିଲା ଯାହାକୁ କି ଏଞ୍ଜିଓପ୍ଲାଷ୍ଟି ଦ୍ବାରା ସ୍ବାଭାବିକ କରାଯାଇଥିଲା । ତେବେ ବୋର୍ଡ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ ଆଗକୁ ଗାଙ୍ଗୁଲିଙ୍କର ଆଉ ଏଞ୍ଜିଓପ୍ଲାଷ୍ଟି ହେବ ନାହିଁ । କାରଣ ତାଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ସ୍ଥିର ଅଛି ଏବଂ ଦ୍ରୁତ ସୁଧାର ଆସୁଛି ବୋଲି ଚିକିତ୍ସା କରୁଥିବା ଡାକ୍ତରୀ ଟିମ କହିଛନ୍ତି ।

ନିଜ ବାସଭବନରେ ଗାଙ୍ଗୁଲି ଜିମ୍‌ କରୁଥିବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ କୋଲକାତାର ଉଡଲାଣ୍ଡସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ପରୀକ୍ଷା ବେଳେ ଗାଙ୍ଗୁଲିଙ୍କ ଛାତିରେ ୨ଟି ବ୍ଲକେଜ୍ ଥିବା ଜାଣିବାକୁ ପାଇଥିଲେ ଡାକ୍ତର । ଏହା ପରେ ତାଙ୍କର ଏଞ୍ଜିଓପ୍ଲାଷ୍ଟି କରାଯାଇଥିଲା । ତେବେ ବର୍ତ୍ତମାନ ଗାଙ୍ଗୁଲି ସୁସ୍ଥ ଥିବା ଏବଂ ଡାକ୍ତରୀ ଟିମ ତାଙ୍କ ଉପରେ ୨୪ ଘଣ୍ଟିଆ ନଜର ରଖିଥିବା ବରିଷ୍ଠ ଚିକିତ୍ସକ ଡାକ୍ତର ଅଫତାବ ଖାନ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.