Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ସୌରଭ ଗାଙ୍ଗୁଲିଙ୍କ ଭାଇଙ୍କ ସମେତ ପରିବାରର ୪ ଜଣ କରୋନା ପଜିଟିଭ୍, ଏକ ଘରୋଇ ନର୍ସିଙ୍ଗ୍ ହୋମରେ ଭର୍ତ୍ତି

20/06/2020 at 5:36 PM

କୋଲକାତା ୨୦/୦୬ : କରୋନା ଭାଇରସ ସାରା ଦୁନିଆରେ କବଜା କରିସାରିଛି | ଦେଶରେ ପ୍ରତିଦିନ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି | ଅନେକ ଲୋକ ସଂକ୍ରମଣର ଶୀକାର ହେଉଛନ୍ତି | ମହାମାରୀ ବର୍ତ୍ତମାନ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ପରିବାରରେ ପହଞ୍ଚି ସାରିଛି | ସୌରଭ ଗାଙ୍ଗୁଲିଙ୍କ ବଡ ଭାଇ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ରିପୋର୍ଟ ଅନୁଯାୟୀ, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନାନୁଯାୟୀ, ସୌରଭ ଗାଙ୍ଗୁଲିଙ୍କ ବଡ ଭାଇ ସ୍ନେହାଶିଷ ଗାଙ୍ଗୁଲି କରୋନା ସଂକ୍ରମଣର ଶୀକାର ହୋଇଛନ୍ତି | ସ୍ନେହାଶିଷଙ୍କ ପତ୍ନୀ ଅର୍ଥାତ ସୌରଭ ଗାଙ୍ଗୁଲିକା ଭାଉଜ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି |

ରିପୋର୍ଟ ଅନୁଯାୟୀ, ଗାତ ସପ୍ତାହରେ ସ୍ନେହାଶିଷଙ୍କ ଶାଶୁ ଓ ଶ୍ୱଶୁର କରୋନା ପଜିଟିଭ ଚିହ୍ନଟ ହୋଇଥିଲେ | ଉଭୟଙ୍କ ମଧ୍ୟରେ କରୋନା ଲକ୍ଷଣ ପରିଲକ୍ଷିତ ହୋଇଥିଲା | ସ୍ନେହାଶିଷଙ୍କ ଶାଶୁଙ୍କୁ ଜ୍ୱର, ଥଣ୍ଡା ସହ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା | କରୋନା ପରୀକ୍ଷା ପରେ ରିପୋର୍ଟ ପଜିଟିଭ ଆସିଥିଲା | ୪ ଜଣଙ୍କୁ ଏକ ଘରୋଇ ନର୍ସିଙ୍ଗ ହୋମ୍ରେ ଭର୍ତ୍ତି କରାଯାଇଛି |

ନର୍ସିଙ୍ଗ ହୋମର ଏକ ସୂତ୍ରରୁ ଜଣାପଡିଛି ଯେ, ସେମାନଙ୍କୁ ଡିସ୍ଚାର୍ଜ କରାଯିବ ନା ନାହିଁ ତାହା ଟେଷ୍ଟ ରେଜଲ୍ଟ ଉପରେ ନିର୍ଭର କରୁଛି | ଗାତ କିଛି ଦିନ ସୌରଭ ଗାଙ୍ଗୁଲି ମଧ୍ୟ ଭାଇଙ୍କ ସଂସ୍ପର୍ଶରେ ଆସିଥିଲେ ନା ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ | ତେବେ ସୌରଭ ଗାଙ୍ଗୁଲିଙ୍କ ପରିବାର ସମ୍ପୂର୍ଣ ସଚେତନ ଅଛନ୍ତି | ସ୍ନେହାଶିଷ ବର୍ତ୍ତମାନ ପଶ୍ଚିମବଙ୍ଗ କ୍ରିକେଟ ସଂଘର ସଂଯୁକ୍ତ ସଚିବ ଅଛନ୍ତି | ନିଜ ସମୟରେ ସେ ବଙ୍ଗଳା କ୍ରିକେଟ ଟିମର ପ୍ରତିନିଧିତ୍ବ ମଧ୍ୟ କରିଥିଲେ |

ରିପୋର୍ଟ ଆସିବା ପରେ ପୁରା ପରିବାରରେ ଭୟର ବାତାବରଣ ଖେଳି ଯାଇଛି | ଆଜିର ଦିନ ଅର୍ଥାତ ଜୁନ ୨୦ ତାରିଖ ସୌରଭ ଗାଙ୍ଗୁଲିଙ୍କ ବେଶ ମହତ୍ଵପୂର୍ଣ୍ଣ | ୨୪ ବର୍ଷ ପୂର୍ବରୁ ଜୁନ ୨୦ ତାରିଖରେ ସେ ଇଂଲଣ୍ଡ ବିପକ୍ଷରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ସାମିଲ ହୋଇଥିଲେ |

   Related Posts