ହସ୍ପିଟାଲରୁ ଡିସଚାର୍ଜ ହେଲେ ଦାଦା, କହିଲେ- 'ମୁଁ ଫିଟ୍ ଅଛି, ବହୁତ ଜଲଦି ଫେରିବି'

Published By : Prameya-News7 Bureau | January 07, 2021 IST

କୋଲକାତା,୦୭/୦୧:  ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଗୁରୁବାର କୋଲକାତାର ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ହସ୍ପିଟାଲରୁ ବାହାରକୁ ଆସିବା ପରେ ଗାଙ୍ଗୁଲି ଗଣମାଧ୍ୟମ ସହ କଥା ହୋଇଛନ୍ତି । ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ଅତିଶୀଘ୍ର କାର୍ଯ୍ୟାଳୟକୁ ଫେରିବେ ବୋଲି କହିଛନ୍ତି ।

କୋଲକାତାର ଉଡଲାଣ୍ଡ୍ ହସ୍ପିଟାଲରେ ୪୮ ବର୍ଷୀୟ ଗାଙ୍ଗୁଲିଙ୍କ ଚିକିତ୍ସା ଚାଲିଥିଲା । ଗତ ଶନିବାର ତାଙ୍କୁ ହୃଦଘାତ ହୋଇଥିଲା । ଏହାପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏବେ ଘରେ କିଛି ଦିନ ବିଶ୍ରାମ କରିବେ ଗାଙ୍ଗୁଲି ।

ଶନିବାର ଗାଙ୍ଗୁଲିଙ୍କୁ ଏଞ୍ଜିୟୋପ୍ଲାଷ୍ଟି କରାଯାଇଥିଲା । ତାଙ୍କ ହୃତପିଣ୍ଡର ଧମନୀରେ ଥିବା ବ୍ଲକେଜ ପାଇଁ ଏଞ୍ଜିୟୋପ୍ଲାଷ୍ଟି ହୋଇଥିଲା । ଏବେ ସେ ସୁସ୍ଥ ଅଛନ୍ତି ।

ହସ୍ପିଟାଲ ଏମଡି ଓ ସିଇଓ ରୁପାଲୀ ବାସୁ କହିଛନ୍ତି ଯେ, ଗାଙ୍ଗୁଲି କ୍ଲିନିକାଲି ଫିଟ୍ ଅଛନ୍ତି। ଗୁରୁବାର ଦିନ ଡିସଚାର୍ଜ କରାଯିବ। ଡିସଚାର୍ଜ ପରେ ଗାଙ୍ଗୁଲିଙ୍କୁ ଘରେ ଆରାମ କରିବାକୁ ହେବ ବୋଲି ସେ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.