Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ଫେକ୍ ଫଟୋ ପୋଷ୍ଟ୍ କଲେ ସୌରଭ ଗାଙ୍ଗୁଲି, ଟ୍ରୋଲ୍ କଲେ ୟୁଜର

6/04/2020 at 10:37 AM

ନୂଆଦିଲ୍ଲୀ, ୦୬|୦୪: କରୋନା ଭାଇରସ ପାଇଁ ସାରା ବିଶ୍ୱରେ ୭୦ ହଜାରରୁ ଅଧିକ ଜୀବନ ଗଲାଣି । ୧୨ ଲକ୍ଷରୁ ଅଧିକ ଲୋକ ଏହାର ଶିକାର ହୋଇ ଚିକିତ୍ସିତ ହେଉଛନ୍ତି । ଭାରତରେ ମଧ୍ୟ କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୦୦ରୁ ଅଧିକ ପ୍ରାଣ ହରାଇଥିବା କୁହାଯାଉଛି । ଶକ୍ତିଶାଳୀ ଦେଶ ଆମେରିକା ମଧ୍ୟ ଏହି ମାରାତ୍ମକ ଭାଇରସକୁ ମାତ୍ ଦେବାରେ ବିଫଳ ହୋଇଛି । ଭାରତରେ ମଧ୍ୟ ସଂକ୍ରମଣକୁ ରୋକିବା ପାଇଁ ୨୧ ଦିନ ପାଇଁ ଲକଡାଉନ ଘୋଷଣା କରାଯାଇଛି ।

ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ରାତି ୯ଟାରେ ୯ ମିନିଟ ପାଇଁ ଲାଇଟ ବନ୍ଦ କରି ଦୀପ ଜାଳିବାକୁ  ଅପିଲ କରିଥିଲେ । ଏହାର ଏକ ଫେକ୍ ଫଟୋ ପୋଷ୍ଟ କରି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଟ୍ରୋଲ ହୋଇଛନ୍ତି । ଫ୍ୟାନମାନେ ତାଙ୍କୁ ସମାଲୋଚନା କରିଛନ୍ତି ।

ଗାଙ୍ଗୁଲି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ବିଶ୍ୱ ମାନଚିତ୍ରରେ ଭାରତ ଉଜ୍ଜ୍ୱଳ ଦେଖାଯାଉଥିବା ଦୃଶ୍ୟ ହେଉଥିଲା । ଏହାକୁ ରବିବାର ନାସା ଦ୍ୱାରା ଉତ୍ତୋଳନ କରାଯାଇଥିବା ଫଟୋ କୁହାଯାଉଥିଲା । ବାସ୍ତବରେ ଏହା ଏକ ଫେକ୍ ଫଟୋ ଥିଲା । ଜଣେ ୟୁଜର ଗାଙ୍ଗୁଲିଙ୍କୁ ଟ୍ୱିଟ୍ କରି ଫେକ୍ ଫଟୋ ପୋଷ୍ଟ ନକରିବା ପାଇଁ କହିଛନ୍ତି । ଶିକ୍ଷିତ ହୋଇଥିବା ସତ୍ୱେ ନାସାର ଫଟୋକୁ ଚିହ୍ନିପାରୁ ନାହାନ୍ତି ବୋଲି ଆଉ ଜଣେ ୟୁଜର ଗାଙ୍ଗୁଲିଙ୍କୁ ଲେଖିଛନ୍ତି ।

କେବଳ ଗାଙ୍ଗୁଲି ନୁହେଁ ଅମିତାଭ ବଚନ ମଧ୍ୟ ଏହି ଫଟୋକୁ ସେୟାର କରି ଟ୍ରୋଲ ହୋଇଥିଲେ । 

   Related Posts