'ମୁଁ ଏବେ ଯୁବକ ଅଛି, ଆଇସିସି ଅଧ୍ୟକ୍ଷ ହେବା ପାଇଁ ସମୟ ହୋଇନାହିଁ', ଏମିତି କାହିଁକି କହିଲେ ଗାଙ୍ଗୁଲି ?

Published By : Prameya-News7 Bureau | July 12, 2020 IST

ନୂଆଦିଲ୍ଲୀ, ୧୨।୦୭:  ଶଶାଙ୍କ ମନୋହରଙ୍କ ଇସ୍ତଫା ପରେ ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି ଆଇସିସିର ଅଧ୍ୟକ୍ଷ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଚର୍ଚ୍ଚା ଆଲୋଚନାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ନିଜେ ଗାଙ୍ଗୁଲି । ଏହାକୁ ନେଇ ଏତେ ତରବର ହେବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି ।

ଗାଙ୍ଗୁଲି କହିଛନ୍ତି ଯେ, ସେ ଆଇସିସି ଅଧ୍ୟକ୍ଷ ପଦ ପାଇଁ ଏତେ ଗୁରୁତ୍ୱ ଦେଉନାହାଁନ୍ତି । ତାଙ୍କର ଭବିଷ୍ୟତ ପୁରା ବିସିସିଆଇର ନିଷ୍ପତ୍ତି ଉପରେ ନିର୍ଭର କରେ । ଏହା ଠିକ୍ ନା ଭୁଲ ସେ ଜାଣି ନାହାଁନ୍ତି । କିନ୍ତୁ ଅଧାରୁ ବିସିସିଆଇ ଛାଡିବା ପାଇଁ ଅନୁମତି ମିଳିବ ନାହିଁ । ଏହାକୁ ନେଇ ତରବର ହେବାର ଆବଶ୍ୟକତା ନାହିଁ। ଏବେ ସେ ଯୁବକ ଅଛନ୍ତି । ଏହି ପଦବୀ ସଦାବେଳେ ମିଳିବ ନାହିଁ । ଏହା ଏପରି ଏକ ଚାକିରୀ ଯାହାକୁ ଆପଣ ଜୀବନକାଳରେ ଥରଟିଏ କରିପାରିବେ । ଖେଳ କଥା ଆସିଲେ ସେ ଅନ୍ୟ ଅପେକ୍ଷା କିଛି ଅଧିକ ଜାଣିଛନ୍ତି । କାରଣ ତାଙ୍କ ଜୀବନ ଖେଳରେ ହିଁ କଟିଛି । ସେ ଆଇସିସିର ଏସିସିକୁ ଯାଆନ୍ତି । ନିଜ ବୋର୍ଡକୁ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ମିଳିଥାଏ । ତେଣୁ ନିଷ୍ପତ୍ତି ସମସ୍ତଙ୍କୁ ନେବାକୁ ହେବ ।

ସୂଚନାଯୋଗ୍ୟ, ଗାଙ୍ଗୁଲିଙ୍କୁ ଅକ୍ଟୋବର ୨୦୧୯ରେ ୯ ମାସ ପାଇଁ ବିସିସିଆଇ ଅଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା । ଜୁଲାଇ ୩୧ରେ ତାଙ୍କର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ଏହାପରେ ବିସିସିଆଇ ସମ୍ବିଧାନ ମୁତାବକ ସେ କୁଲିଂ ଅଫ୍ ପିରିୟଡରେ ଚାଲିଯିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.