Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବତୀଙ୍କୁ ଘରୁ ଉଠାଇ ନେଇ ୧୫ ଦିନ ଧରି ଦୁଷ୍କର୍ମ ! ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ, ଫଟୋ ଭାଇରାଲ ନେଇ କରୁଥିଲା ବ୍ଲାକମେଲିଂ…
  • ||
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ସୌରଭ ଗାଙ୍ଗୁଲି ପୁଣି ଅସୁସ୍ଥ, ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି

27/01/2021 at 2:53 PM

କୋଲକାତା  ୨୭।୦୧ : ପୁଣି ବିଗିଡିଲା ଦାଦାଙ୍କ ସ୍ୱାସ୍ଥ୍ୟବସ୍ଥା । ବିସିସିଆଇର ଅଧ୍ୟକ୍ଷ ତଥା ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ପୁଣି ଥରେ ଖରାପ ହୋଇଛି । ଦେହ ଖରାପ ହେବା ପରେ ସୌରଭ ଗାଙ୍ଗୁଲିଙ୍କଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ଅଚନାକ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । କୋଲକାତା ସ୍ଥିତ ଅପୋଲୋ ହସ୍ପିଟାଲରେ ସୌରଭ ଗାଙ୍ଗୁଲିଙ୍କୁ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଜାନୁଆରୀ ୨ ଛାତିରେ ଯନ୍ତ୍ରଣା ଲାଗି କୋଲକାତା ସ୍ଥିତ ଉଡଲାଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର  ଆଞ୍ଜିଓପ୍ଲାଷ୍ଟି ହୋଇଥିବା ଜଣାପଡିଥିଲା । ଜାନୁଆରୀ ୨ତାରିଖ ସକାଳୁ ସକାଳୁ ଘର ଜିମରେ ବ୍ୟାୟାମ କଲା ବେଳେ ହଠାତ୍‌ ତାଙ୍କ ମୁଣ୍ଡ ବୁଲାଇଥିଲା । ଏହାପରେ ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଗାଙ୍ଗୁଲିଙ୍କୁ ପାଞ୍ଚ ଦିନ ଧରି ରଖାଯାଇଥିଲା , ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରୁ ଉନ୍ନତି ଆସିବା ପରେ ମେଡିକାଲରୁ ଡିସଚାର୍ଜ କରାଯାଇଥିଲା । ଡିସଚାର୍ଜ ହେବା ପରେ ମେଡିକାଲ ଷ୍ଟାଫ୍‌ ଓ ଡାକ୍ତରଙ୍କ ଧନ୍ୟବାଦ ଜଣାଇଥିଲା ।  

ମେଡିକାଲରୁ ଡିସଚାର୍ଜ ହେବା ପରେ ସୌରଭ ଗାଙ୍ଗୁଲିଙ୍କ ଘରେ ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲା । ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ରଖିବାକୁ ଡାକ୍ତର ମଧ୍ୟ ପରାମର୍ଶ ଦେଇଥିଲା ।

   Related Posts