Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ବାକି ପଡ଼ିଛି ୩୬ କୋଟି ଟଙ୍କା, ଦେଉନାହାନ୍ତି କମ୍ପାନୀ, ହାଇକୋର୍ଟର ଦ୍ୱାରସ୍ଥ ହେଲେ ଦାଦା

13/07/2021 at 12:35 PM

ନୂଆଦିଲ୍ଲୀ, ୧୩/୦୭: ଭାରତୀୟ କ୍ରିକେଟ୍‌ ବୋର୍ଡର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ବାକି ପଡ଼ିଥିବା ଟଙ୍କା ଆଦାୟକୁ ନେଇ ବମ୍ୱେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଗାଙ୍ଗୁଲି ଦୁଇ ପୁରୁଣା ମ୍ୟାନେଜ୍‌ମେଣ୍ଟ କମ୍ପାନୀ ପରସୋପ୍ଟ ଟ୍ୟାଲେଣ୍ଟ ମ୍ୟାନେଜ୍‌ମେଣ୍ଟ ଲିମିଟିଡ୍‌ ଏବଂ ପରସୋପ୍ଟ ଡି ମାର୍କ ଇଣ୍ଡିଆ ଲିମିଟେଡ୍‌ ବିରୋଧରେ ମାମଲା ଦାଏର କରିଛନ୍ତି । ୨୦୧୮ରୁ ବାକି ପଡ଼ିଥିବା ଟଙ୍କା ଆଦାୟକୁ ନେଇ ଦିଆଯାଇଥିବା ଆଦେଶକୁ ଲାଗୁ କରିବା ପାଇଁ ଅପିଲ୍‌ କରିଛନ୍ତି ।

ଟିମ୍‌ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ୍‌ ସୌରଭ ଗାଙ୍ଗୁଲି ଏନେଇ କହିଛନ୍ତି ଯେ, ଦୁଇ କମ୍ପାନୀ ନିଜର ସମ୍ପତ୍ତି ସାଧାରଣରେ ପ୍ରକାଶ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦିଆଯାଉ । ଏହି ମାମଲାରେ ଜଷ୍ଟିସ୍‌ ଏକେ ମେନନ୍‌ଙ୍କୁ ନେଇ ଗଠିତ ଜଣିକିଆ ବେଞ୍ଚ ସାମ୍ନାରେ କମ୍ପାନୀ ପକ୍ଷରୁ ୨୦ ଜୁଲାଇ ଭିତରେ ସମୁଦାୟ ସମ୍ପତ୍ତିର ତଥ୍ୟ ରଖିବାକୁ କୁହାଯାଇଛି । କମ୍ପାନୀଙ୍କ ଉପରେ ୩୬ କୋଟି ଟଙ୍କା ବାକି ରହିଛି। ଯେଉଁଥିରେ ୧୪.୫୦ କୋଟି ଟଙ୍କା ମୂଳଧନ ଥିବା ବେଳେ ବାକି ଟଙ୍କା ଏହାର ସୁଧ ହୋଇଥିବା ସୌରଭ କହିଛନ୍ତି ।

ଦୁଇ କମ୍ପାନୀଙ୍କ ନେଣଦେଣ ଉପରେ ରୋକ ଲଗାଇବା ପାଇଁ ସେ କୋର୍ଟଙ୍କୁ ଅପିଲ୍‌ କରିଛନ୍ତି । କମ୍ପାନୀର ନିର୍ଦ୍ଦେଶକମାନେ କମ୍ପାନୀର ଟଙ୍କାକୁ ଅନ୍ୟ ଆକାଉଣ୍ଟକୁ ଟ୍ରାନ୍ସଫର କରିଦେଇଥିବା ସେ ଅଭିଯୋଗ କରିଛନ୍ତି । ଦୁଇ କମ୍ପାନୀର ଓକିଲ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଜୁଲାଇ ୨୦ ତାରିଖ ଭିତରେ ହିଁ କମ୍ପାନୀର ସ୍ଥାବର ଅସ୍ଥାବର ସମ୍ପତ୍ତିର ତଥ୍ୟ ରଖିବେ ବୋଲି ଗଣମାଧ୍ୟମକୁ କହିଥିବା ଜଣାପଡ଼ିଛି ।  

   Related Posts