Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଯେମିତି ହେଉ IPL ଆୟୋଜନ ଚାହୁଁଛନ୍ତି ଗାଙ୍ଗୁଲି, କରିପାରନ୍ତି ବଡ ଧରଣର ପରିବର୍ତ୍ତନ

11/06/2020 at 2:56 PM

ନୂଆଦିଲ୍ଲୀ, ୧୧|୦୬: କରୋନା ଭାଇରସ ପାଇଁ ଚଳିତ ବର୍ଷ ଅନେକ ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ବାତିଲ ହୋଇଛି । ଆଉ କିଛି ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଛି । ଆଇପିଏଲ ମଧ୍ୟ ଏହି ଭାଇରସ ପାଇଁ ସ୍ଥଗିତ ରହିଛି । ତେବେ ଆଇପିଏଲକୁ ବିସିସିଆଇ କୌଣସି ପରିସ୍ଥିତିରେ ରବ୍ଦ କରିବାକୁ ଚାହୁଁନାହିଁ । ଏହାର ଆୟୋଜନ କରିବାକୁ ସମସ୍ତ ବିକଳ୍ପ ଦିଗ ଉପରେ ବିଚାର କରୁଛି ବୋର୍ଡ । ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଆଇପିଏଲକୁ ଆୟୋଜନା କରିବାକୁ ଚାହୁଁଛନ୍ତି, ଏପରିକି ଖାଲି ଷ୍ଟାଡିୟମରେ ମଧ୍ୟ ସେ ଏହାର ଆୟୋଜନ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ।

ସ୍ପୋର୍ଟ ଷ୍ଟାର୍ ଅନୁସାରେ, ଗାଙ୍ଗୁଲି ବିସିସିଆଇ ଆଇପିଏଲ ଆୟୋଜନକୁ ନେଇ ଅତିଶୀଘ୍ର ନିଷ୍ପତ୍ତି ନେବ ବୋଲି ବୋର୍ଡର ଅନ୍ୟ ସଦସ୍ୟଙ୍କୁ କହିଛନ୍ତି । ଆଇସିସି ବୈଠକରେ ଟି୨୦ ବିଶ୍ୱକପକୁ ନେଇ କୌଣସି ନିଷ୍ପତ୍ତି ନିଆଯାଇ ନଥିଲା । ଯଦି ବିଶ୍ୱକପ ସ୍ଥଗିତ ହୁଏ ତେବେ ଆଇପିଏଲ ପାଇଁ ବାଟ ଫିଟିବ । ଚଳିତ ବର୍ଷ ସେପ୍ଟେମ୍ବର- ଅକ୍ଟୋବରରେ ଆଇପିଏଲ ଆୟୋଜନ ହେବା ନେଇ ବୋର୍ଡ ଆଶା ରଖିଛି । ୟୁଏଇ ଓ ଶ୍ରୀଲଙ୍କା ପୂର୍ବରୁ ବିସିସିଆଇକୁ ଆଇପିଏଲ ଆୟୋଜନ ପାଇଁ ପ୍ରସ୍ତାବ ଦେଇ ସାରିଛନ୍ତି । ଭାରତ ବାହାରେ ବିସିସିଆଇ ଏହାର ଆୟୋଜନ ଚାହୁଁନାହିଁ ।

ଗାଙ୍ଗୁଲି କହିଛନ୍ତି ଯେ, ବିସିସିଆଇ ଘରୋଇ କ୍ରିକେଟ କାର୍ଯ୍ୟକ୍ରମ ଉପରେ ମଧ୍ୟ କାମ କରୁଛି । ଦଲୀପ ଓ ବିଜୟ ହଜାରେ ଟ୍ରଫି ଭଳି ଟୁର୍ଣ୍ଣାମେଣ୍ଟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଏବେ ବୋର୍ଡ ଘରୋଇ ପ୍ରତିଯୋଗିତାକୁ ନେଇ ଯୋଜନା ପ୍ରସ୍ତୁତ କରୁଛି । ବିଭିନ୍ନ ବିକଳ୍ପ ଉପରେ ବିଚାର କରାଯାଉଛି । ଆସନ୍ତା ୨ ସପ୍ତାହ ମଧ୍ୟରେ ସମସ୍ତ ତଥ୍ୟ ଉପଲବ୍ଧ ହେବ ବୋଲି ଗାଙ୍ଗୁଲି କହିଛନ୍ତି ।   

   Related Posts