Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ସୌରଭ ଗାଙ୍ଗୁଲିଙ୍କ ବଡ଼ ବୟାନ, ଭାରତରେ ଖେଳାଯିବନି ଆଇପିଏଲ୍‌

9/05/2021 at 9:55 PM

ନୂଆଦିଲ୍ଲୀ, ୦୯/୦୫: କରୋନା କାରଣରୁ ଚଳିତ ଆଇପିଏଲ୍‌ ଲିଗ୍‌କୁ ସ୍ଥଗିତ ରଖାଯାଇଛି । କିଛି ମ୍ୟାଚ୍‌ ଖେଳାଯାଇଥିବା ବେଳେ ବଳକା ମ୍ୟାଚ୍‌ କେଉଁଠି ଖେଳିଯିବ ସେ ନେଇ କ୍ରିକେଟ୍‌ ପ୍ରେମୀ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ।

୨୦୨୧ ଆଇପଏଲ୍‌କୁ ନେଇ ବିସିସିଆଇ ଅଧ୍ୟକ୍ଷ ସୈରଭ ଗାଙ୍ଗୁଲି ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ ବଳକା ମ୍ୟାଚ୍‌ କେବେ ଖେଳାଯିବ ସେ ବିଷୟରେ କହିହେବ ନାହିଁ । ଚଳିତ ସିଜିନ୍‌ର ୬୦ଟି ମ୍ୟାଚ୍‌ରୁ ୨୯ଟି ଖେଳା ସରିଛି । ଏବେ ୩୧ଟି ବାକି ରହିଛି । ଯଦି ଏହି ଲିଗ୍‌ ବାତିଲ୍‌ ହୋଇଯିବ ତେବେ ବୋର୍ଡର ପାଖାପାଖି ୨୫ ଶହ କୋଟି ଟଙ୍କା କ୍ଷତି ହେବ ।

ଗାଙ୍ଗୁଲି ଷ୍ଟାର୍‌ସ୍ପୋର୍ଟ୍ସ ସହିତ କଥା ହୋଇ ଜଣାଇଛନ୍ତି ଯେ, ୧୪ ଦିନର କ୍ୱାରେଣ୍ଟାଇନ୍‌ କାରଣରୁ ଖେଳାଳୀ ମାନଙ୍କୁ ହଇରାଣ ହେବାକୁ ପଡ଼ୁଛି । ଏହାକୁ ସମ୍ଭାଳିବା ଏବେ କଷ୍ଟ । କିନ୍ତୁ କେବେ ପୁଣି ଖେଳ ଆରମ୍ଭ ହେବ ସେ ବିଷୟରେ କହି ହେବ ନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଏକ ଜୈବ ନିରାପତ୍ତା ବଳୟ ତିଆରି କରିଥିଲୁ ଏବଂ ନିୟମ ମଧ୍ୟ ପାଳନ କରାଯାଇଛି । ଆମେ ସମସ୍ତଙ୍କର ସମର୍ଥନ ପାଇଥିଲୁ । ଡିସେମ୍ବର-ଫେବୃଆରୀରେ କରୋନାରେ କମ୍ ମାମଲା ଥିଲା । ଏହି କାରଣରୁ ଆମେ ମହିଳା କ୍ରିକେଟ୍, ସୟଦ ମୁଶତାକ୍ ଅଲି, ବିଜୟ ହାଜାରେ ଟ୍ରଫି ଆୟୋଜନ କରିବାରେ ସଫଳ ହୋଇଥିଲୁ । ଆମେ ମଧ୍ୟ ଜୁନିଅର କ୍ରିକେଟ୍ ପାଇଁ ଯୋଜନା କରୁଥିଲୁ, କିନ୍ତୁ କରୋନାର ଦ୍ୱିତୀୟ ଲହରୀ କାରଣରୁ ଆମକୁ କମ୍ ସୁଯୋଗ ମିଳିଥିଲା ।​ ଏହି କାରଣରୁ, ଲିଗ୍‌କୁ ବାତିଲ କରାଯାଇଥିଲା । ହୋଲେ ଭାରତ ବାହାରେ ବଳକା ମ୍ୟାଚ୍‌ ଖେଳା ଯିବା ପାଇଁ ବିଚାର କରାଯାଉଛି ।

   Related Posts