ଏହି ଅଭିନେତ୍ରୀଙ୍କ ପାଇଁ ନିଜ ପତ୍ନୀଙ୍କୁ ଛାଡ଼ିବାକୁ ପ୍ରସ୍ତୁତ ଥିଲେ ସୈାରଭ ଗାଙ୍ଗୁଲି : ଜାଣନ୍ତୁ କିଏ?

Published By : Prameya-News7 Bureau | July 09, 2019 IST

ମୁମ୍ବାଇ ୯/୭: ଭାରତୀୟ କ୍ରିକେଟ ଇତିହାସରେ ବହୁତ ଧୁରନ୍ଧର ନାଁ ଆସିଛି ଏବଂ ଯାଇଛି କିନ୍ତୁ କିଛି ଏପରି ଖେଳାଳି ଅଛନ୍ତି ଯେଉଁମାନେ ଆଜି ବି ଚିର ସ୍ମରଣୀୟ ହୋଇରହିଛନ୍ତି। ଭାରତୀୟ କ୍ରିକେଟର ଏକ ଏପରି ଖେଳାଳି ଅଛନ୍ତି ଯିଏ ବାଧ୍ୟତା ପାଇଁ ନୁହେଁ ବରଂ ନିଜ ସଉକ ପାଇଁ କ୍ରିକେଟ ଖେଳିଥିଲେ। ଆମେ କଥା ହେଉଛୁ ସୈାରଭ ଗାଙ୍ଗୁଲିଙ୍କ ବିଷୟରେ। ସେ ତାଙ୍କ କ୍ୟାରିୟରରେ ଏକରୁ ଆରେକ ବଳି ମ୍ୟାଚ୍ ଖେଳିଥିଲେ ଏବଂ ଏକ ନୂତନ ସ୍ଥାନ ସୃଷ୍ଟି କରିଥିଲେ। ସୈାରଭ ଗାଙ୍ଗୁଲି ଏକ ଉଚ୍ଚକୋଟୀର ବ୍ୟାଟସମ୍ୟାନ ଥିଲେ କିନ୍ତୁ ବୋଲିଂରେ ବି ସେ କମ୍ ନଥିଲେ। ତାଙ୍କୁ ଟିମରେ ଦାଦା କହି ଡକାଯାଉଥିଲା। କ୍ରିକେଟ ବ୍ୟତୀତ ତାଙ୍କର ବ୍ୟକ୍ତିଗତ ଜୀବନ ମଧ୍ୟ ଖୁବ୍ ଚର୍ଚ୍ଚାରେ ଥିଲା। ଏକ ଅଭିନେତ୍ରୀଙ୍କ ପାଇଁ ପତ୍ନୀଙ୍କୁ ଛାଡ଼ିବାକୁ ମଧ୍ୟ ପ୍ରସ୍ତୁତ ଥିଲେ ସେ।

{"id":132056}


୧୯୭୨ମସିହା ଜୁଲାଇ ୮ତାରିଖରେ ତାଙ୍କର ଜନ୍ମ ପଶ୍ଚିମ ବଙ୍ଗର ଏକ ଧନୀ ପରିବାରରେ ହୋଇଥିଲା। ସେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଥିଲେ ଏବଂ ସେ ଏବେ କମେଣ୍ଟେଟର ହୋଇ କ୍ରିକେଟ ସହ ଜଡ଼ିତ ହୋଇଛନ୍ତି। ସୈାରଭ କ୍ରିକେଟ ବ୍ୟତୀତ ନିଜର ଆଫେୟାରକୁ ମଧ୍ୟ ଚର୍ଚ୍ଚାରେ ଥିଲେ। ତାଙ୍କର ବିବାହ ୧୯୯୭ମସିହାରେ ଡୋନା ରାୟଙ୍କ ସହ ହୋଇଥିଲା କିନ୍ତୁ ସେ ୧୯୯୯ମସିହାରେ ସେ ଅଭିନତ୍ରୀ ନଗମାଙ୍କୁ ଭଲ ପାଇ ବସିଥିଲେ। ନଗମା ଦକ୍ଷିଣ ଭାରତୀୟ ସିନେମା ଏବଂ ବଲିଉଡର ଜଣାଶୁଣା ଅଭିନେତ୍ରୀ ଯିଏ ସଲମାନ ଖାନ୍ ଏବଂ ଅକ୍ଷୟ କୁମାରଙ୍କ ସହ ଅଭିନୟ କରିଛନ୍ତି।

{"id":132057}

ନଗମା ଏବଂ ସୈାରଭଙ୍କ ପ୍ରଥମ ଦେଖା ମୁମ୍ବାଇର ଏକ କନଫରେନ୍ସରେ ହୋଇଥିଲା ଏବଂ ସେଠାରେ ତାଙ୍କର ବନ୍ଧୁତା ଆରମ୍ଭ ହୋଇଥିଲା। ଏହି ବନ୍ଧୁତା ପରେ ପ୍ରେମରେ ପରିଣତ ହୋଇଥିଲା ଏବଂ ପାଖାପାଖି ୨ବର୍ଷ ଯାଏଁ ସେମାନେ ପରସ୍ପରକୁ ଡେଟ୍ କରିଥିଲେ। ନଗମା ବିବାହ ପାଇଁ ତାଙ୍କୁ କହିଥିଲେ କିନ୍ତୁ ସୈାରଭ ଏହା କରିପାରିନଥିଲେ। ସୈାରଭ ନିଜ ପତ୍ନୀ ଡୋନାଙ୍କୁ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି ନେଇ ସାରିଥିଲେ କିନ୍ତୁ ଏହାର ପ୍ରଭାବ ଯେତେବେଳେ ତାଙ୍କ କ୍ୟାରିୟର ଉପରେ ପଡ଼ିଲା ସେତେବେଳେ ସେ ନଗମାଙ୍କୁ ଛାଡ଼ି ଦେଇଥିଲେ। ୨୦୦୧ମସିହାରେ ତାଙ୍କର ବ୍ରେକଅପ ହୋଇଯାଇଥିଲା। ନଗମା ତାଙ୍କର ବ୍ରେକଅପ ବିଷୟରେ ୧୮ବର୍ଷ ପରେ ମୁହଁ ଖୋଲିଥିଲେ।

{"id":132058}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.