Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

ଦାଦା କହିଲେ, ‘ନୋ ପଲିଟିକ୍ସ’… ଗାଙ୍ଗୁଲିଙ୍କ ସହ କଥା ହୋଇ ଫେସବୁକ୍‌ରେ ପୋଷ୍ଟ କରିଛନ୍ତି ବାମପନ୍ଥୀ ନେତା

4/03/2021 at 9:04 PM

କୋଲକାତା ୪।୩: ପୂର୍ବତନ ଭାରତୀୟ କ୍ରିକେଟ ଟିମ୍‌ ଅଧିନାୟକ ତଥା ବର୍ତ୍ତମାନର ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ରାଜନୀତିରେ ଯୋଗଦେବେ ନାହିଁ। ପଶ୍ଚିମବଙ୍ଗ ସିପିଆଇଏମ ନେତା ଅଶୋକ ଭଟ୍ଟାଚାର୍ଯ୍ୟ ଗୁରୁବାର ଏହି ଦାବି କରିଛନ୍ତି ।  ପୂର୍ବତନ ସିଲିଗୁଡି ମେୟର ଭଟ୍ଟାଚାର୍ଯ୍ୟ  ରାଜ୍ୟର ପୂର୍ବତନ ବାମପନ୍ଥୀ ସରକାରରେ ମନ୍ତ୍ରୀ ଥିଲେ ଓ ଏବେ ବିଧାୟକ ଅଛନ୍ତି। ଗାଙ୍ଗୁଲୀଙ୍କ ସହ ଭଟ୍ଟାଚାର୍ଯ୍ୟଙ୍କ ଉତ୍ତମ ବ୍ୟକ୍ତିଗତ ସମ୍ପର୍କ ମଧ୍ୟ ରହିଛି।

ଭଟ୍ଟାଚାର୍ଯ୍ୟ ଗୁରୁବାର ଫୋନରେ ଗାଙ୍ଗୁଲୀଙ୍କ ସହ କଥା ହୋଇଥିବା ତାଙ୍କ ଫେସବୁକ୍‌ରେ ପୋଷ୍ଟ କରିଛନ୍ତି। ଏଥିରେ ତାଙ୍କର ବେଙ୍ଗଲ ବିଜେପିରେ ଯୋଗଦେବା ନେଇ ହେଉଥିବା ଆଲୋଚନା ସମ୍ପର୍କରେ ମଧ୍ୟ ଭଟ୍ଟାଚାର୍ଯ୍ୟ କଥା ହୋଇଥିବା ଉଲ୍ଲେଖ କରିଛନ୍ତି। ତେବେ ଗାଙ୍ଗୁଲୀ ଆଦୌ ରାଜନୀତି ପ୍ରତି ଆଗ୍ରହୀ ନଥିବା ତାଙ୍କୁ କହିଥିବା  ଭଟ୍ଟାଚାର୍ଯ୍ୟ ଉଲ୍ଲେଖ କରିଛନ୍ତି।  ଗୁରୁବାର ଅପରାହ୍ନରେ ତାଙ୍କ ସହ କଥାବାର୍ତା ହୋଇଥିବାର ଭଟ୍ଟାଚାର୍ଯ୍ୟ ତାଙ୍କ ପୋଷ୍ଟରେ ଲେଖିଛନ୍ତି।

ଗାଙ୍ଗୁଲୀଙ୍କ ସହ ଦୀର୍ଘବର୍ଷରୁ ଭଟ୍ଟାଚାର୍ଯ୍ୟ ପରିଚିତ ଓ ସେମାନଙ୍କ ବ୍ୟକ୍ତିଗତ ସମ୍ପର୍କ ମଧ୍ୟ ଉତ୍ତମ। ଚଳିତବର୍ଷ ଆରମ୍ଭରେ ଭଟ୍ଟାଚାର୍ଯ୍ୟ ଗାଙ୍ଗୁଲୀଙ୍କୁ ଭେଟିଥିଲେ। ଏହି ସାକ୍ଷତ ଆଲୋଚନା ପରେ ଗାଙ୍ଗୁଲୀ ରାଜନୀତିରେ ଯୋଗଦେବେନି ବୋଲି କହିଥିଲେ ଭଟ୍ଟାଚାର୍ଯ୍ୟ। ପଶ୍ଚିମବଙ୍ଗରେ ନିର୍ବାଚନ ଘୋଷଣା ପରଠାରୁ ଗାଙ୍ଗୁଲୀ ବିଜେପିରେ ଯୋଗଦେଉଥିବା ନେଇ ଜୋରଦାର ଚର୍ଚ୍ଚା ଜାରି ରହିଛି। ବରିଷ୍ଠ ବିଜେପି ନେତାମାନେ ଗାଙ୍ଗୁଲୀ ଦଳରେ ଯୋଗ ଦେଉଥିବା ଏପରିକି ହୁଏତ ସେ ଦଳର ଆଗାମୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି ବୋଲି ପ୍ରଚାର କରୁଛନ୍ତି। ଏଥିରେ ଭଟ୍ଟାଚାର୍ଯ୍ୟଙ୍କ ଫେସବୁକ୍ ପୋଷ୍ଟ ବିଜେପି ନେତାଙ୍କ ମୁହଁ ଝାଉଁଳେଇ ଦେଇଛି।

ସେପଟେ ବାମପନ୍ଥୀ ନେତା ଭଟ୍ଟାଚାର୍ଯ୍ୟ ନୁହନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ମଧ୍ୟ ଗାଙ୍ଗୁଲୀଙ୍କ ଉତ୍ତମ ସମ୍ପର୍କ ଅଛି। ବାଂଲା କ୍ରିକେଟ ଆସୋସିଏସନ(ସିଏବି) ଅଧ୍ୟକ୍ଷ ଜଗମୋହନ ଡାଲମିଆଙ୍କ ପରଲୋକରେ ଗାଙ୍ଗୁଲୀଙ୍କୁ ଅଧ୍ୟକ୍ଷ ପଦ ଦିଆଇବାରେ ମମତାଙ୍କ ହାତ ଥିଲା। ସିଏବିରେ ଗାଙ୍ଗୁଲୀଙ୍କ ଯୋଗଦାନ ତାଙ୍କୁ ବିସିସିଆଇ ମୁଖ୍ୟ କରିବାରେ ପରେ ସହାୟକ ହୋଇଛି। ତେବେ ଗତ ପ୍ରାୟ ବର୍ଷେ ହେବ ଗାଙ୍ଗୁଲୀ  ବେଙ୍ଗଲର ପରବର୍ତ୍ତି  ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଚର୍ଚ୍ଚାରେ ଅଛନ୍ତି।

   Related Posts