Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ସୂର୍ଯ୍ୟଙ୍କ କୋପ, ପୃଥିବୀ ଆଡକୁ ଆସୁଛି ସୌର ଝଡ଼ : ବିକିରଣର ସାମ୍ନା କରିବେ ବିମାନଯାତ୍ରୀ, ପାଓ୍ବାର ଗ୍ରୀଡ୍ ଓ ରେଡିଓ ଯୋଗାଯୋଗକୁ ବଡ଼ କ୍ଷତି

26/05/2021 at 12:06 PM

ନୂଆଦିଲ୍ଲୀ,୨୬/୦୫:   ସାରା ବିଶ୍ୱ କରୋନା ଭାଇରସ କବଳରେ ରହିଛି । ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଲାଣି କୋଭିଡ- ୧୯ । ଏହାମଧ୍ୟରେ ଆଉ ଏକ ଖରାପ ଖବର ସାମ୍ନାକୁ ଆସୁଛି । ଜଳବାୟୁ ପରିବର୍ତ୍ତନ ଦ୍ୱାରା ପୃଥିବୀ ଉପରେ ବିପଦ ମାଡି ଆସୁଛି ସୌର ଝଡ ।

ଗତ କିଛିଦିନ ହେବ ସୂର୍ଯ୍ୟ ପୃଷ୍ଠରୁ ଅନେକ ଉତ୍ତପ୍ତ ଗ୍ୟାସ୍ ବାହାରୁଛି । ଯାହାର ପ୍ରଭାବ ପୃଥିବୀ ଉପରେ ପଡିବାର ସମ୍ଭାବନା ଅଧିକ ରହିଛି । ଏହି ଗ୍ୟାସକୁ କରୋନାଲ୍ ମାସ୍ ଇଜେକ୍ସନ୍ କୁହାଯାଏ । ଏହା ଏତେମାତ୍ରାରେ ପ୍ରଭାବି ନୁହେଁ ଯେ ପୃଥିବୀରେ କୌଣସି ବଡ ଧରଣର କ୍ଷତି କରିବ । କିନ୍ତୁ ଏଥିରେ ଚୁମ୍ବକୀୟ ଝଡ ସୃଷ୍ଟି ହୋଇପାରେ । ଯାହାକୁ ନେଇ ବୈଜ୍ଞାନିକମାନେ ମଧ୍ୟ ଦ୍ୱନ୍ଦ୍ୱରେ ପଡିଛନ୍ତି ।

ଏହି ଚୁମ୍ବକୀୟ ଝଡ ହେବା ଫଳରେ ପୃଥିବାରେ ମୋବାଇଲରେ ଅନେକ ଯୋଗାଯୋଗ ପ୍ରକ୍ରିୟା, ରେଡିଓ କମ୍ୟୁନିକେସନ, ପାଓ୍ୱାର ଗ୍ରୀଡ୍ ଆଦି ପ୍ରଭାବିତ ହେବ । ଏପରିକି ବିମାନଯାତ୍ରୀ ଓ ବିମାନ କର୍ମଚାରୀଙ୍କ ପାଇଁ ଏହା ଅଧିକ ବିପଦ ସୃଷ୍ଟି କରିବ । ଆଉ କିଛି ବର୍ଷ ପରେ ସୌର ଝଡ ଓ ଚୁମ୍ବକୀୟ ଝଡ ଆଦି ସାଧାରଣ କଥା ପାଲଟିବ । ଲଗାତର ଭାବେ ଏପରି ଝଡ ସୃଷ୍ଟି ହେବ । ପୂର୍ବରୁ ୧୭ ବର୍ଷ ତଳେ ପୃଥିବୀ ଉପରେ ସୌର ଝଡର ପ୍ରଭାବ ପଡିଥିଲା ।

ଏହି ସୌର ଝଡ ପ୍ରଭାବରେ ପୃଥିବୀରେ କମ୍ୟୁନିକେସନ ସିଷ୍ଟମ ବା ଯୋଗାଯୋଗ ପ୍ରକ୍ରିୟା ଉପରେ ପ୍ରଭାବ ପଡିବ । ଏପରିକି ଜିପିଏସ ସେବା ଉପରେ ମଧ୍ୟ ପ୍ରଭାବ ପକାଇବାର ସମ୍ଭାବନା ରହିଛି । ବିମାନ ଯାତ୍ରା ବେଳେ କର୍ମଚାରୀମାନେ ମଧ୍ୟ ଭୁଲ ଯୋଗାଯୋଗର ଶିକାର ହୋଇପାରନ୍ତି ।

   Related Posts