ଜୁଇରେ ଶୁଆଇବା ପରେ ମୃତ ବ୍ୟକ୍ତିଙ୍କ ପାଟିରୁ ବାହାରିଲା ଶବ୍ଦ, ଡାକ୍ତରଙ୍କୁ ଡକାଇଲେ ପରିବାର ଲୋକ, ଆଉ ତାପରେ…

Published By : Prameya-News7 Bureau | May 13, 2021 IST

ଅଶୋକନଗର ୧୩।୫: ମଧ୍ୟପ୍ରଦେଶର ଅଶୋକନଗର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । ଯେଉଁଠାରେ ଜୁଇ ଉପରେ ରଖାଯାଇଥିବା ମୃତଦେହ ହଠାତ୍ ଶବ୍ଦ କରିବାକୁ ଲାଗିଥିଲା । ଏହାପରେ ପରିବାର ଲୋକ ଡାକ୍ତରଙ୍କୁ ଡାକିଥିଲେ । ଆମ୍ବୁଲାନ୍ସ ନେଇ ଡାକ୍ତର ସେଠାରେ ପହଞ୍ଚିଥିଲେ । ମାତ୍ର ଯାଞ୍ଚ ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ପରିବାର ଲୋକ ତଥାପି ବିଶ୍ବାସ କରିନଥିଲେ । ମୃତ ବ୍ୟକ୍ତିଙ୍କୁ ଜିଲ୍ଲା ଡାକ୍ତରଖାନାକୁ ନେଇ ଯାଇଥିଲେ । ସେଠାରେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପ୍ରକୃତରେ ଅନୀଲ ଜୈନ ନାମକ ଜଣେ ଯୁବକ ଅସୁସ୍ଥ ଥିବାରୁ ତାଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାୟ ୧୫ ଦିନ ତାଙ୍କର ଚିକିତ୍ସା ଚାଲିଥିଲା । ଗୁରୁବାର ସକାଳେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।

ମୃତକଙ୍କ ଭାଇ କହିବା ଅନୁସାରେ ଯେତେବେଳେ ତାଙ୍କୁ ଅନ୍ତିମ ସଂସ୍କାର ପାଇଁ ନେଇଥିଲେ ସେତେବେଳେ ତାଙ୍କ ଶରୀର ହଲଚଲ ହୋଇଥିଲା ଏବଂ ତାଙ୍କ ପାଟିରୁ ଏକ ଶବ୍ଦ ଶୁଣାଗଲା । ଏହା ପରେ ଡାକ୍ତରଙ୍କ ଏକ ଟିମ୍ ତାଙ୍କୁ ମୃତ ଘୋଷଣା କରିଥିଲେ । ପରିବାର ଲୋକଙ୍କ ଅଭିଯୋଗ ଯେ ଅନୀଲ ଜିଲ୍ଲା ଡାକ୍ତରଖାନାରେ ଜୀବିତ ଥିଲେ ଏବଂ ଶ୍ମଶାନଘାଟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ମୃତକଙ୍କ ସମ୍ପର୍କୀୟ ଡାକ୍ତରଖାନାର ଅବହେଳା ନେଇ ଅଭିଯୋଗ କରିଛନ୍ତି । ମାତ୍ର ଡାକ୍ତରଖାନା କର୍ତ୍ତୃପକ୍ଷ ଏହାକୁ ଅସ୍ବୀକାର କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.