Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ପୁଅ ବିରୋଧରେ ବୋହୂ ଆଣିଥିବା ଅଭିଯୋଗକୁ ଖଣ୍ଡନ କଲେ ସୌମ୍ୟଙ୍କ ମା’, ‘ବିଦ୍ୟାଭାରତୀ ହିଁ ମର୍ଡର କରିଛି’

20/07/2021 at 2:58 PM

ସୋର ୨୦।୭: ଏସିଏଫଓ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ ଗୋଟିଏ ପରେ ଗୋଟିଏ ଗୁମର ଫିଟିବାରେ ଲାଗିଛି । ଦିନକୁ ଦିନ ଘଟଣାରେ ନୂଆ ଟ୍ଵିଷ୍ଟ ସାମ୍ନାକୁ ଆସୁଛି । ଏସିଏଫଓ ସୌମ୍ୟଙ୍କ ବିରୋଧରେ ପତ୍ନୀ ବିଦ୍ୟାଭାରତୀ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ସୌମ୍ୟଙ୍କ ମା’ ଉର୍ମିଳା । ସୌମ୍ୟରଞ୍ଜନଙ୍କର ଅନ୍ୟ ମହିଳାଙ୍କ ସହିତ ସମ୍ପର୍କ ଥିବା ଘଟଣାଙ୍କୁ ସେ ଖଣ୍ଡନ କରିଛନ୍ତି ।

ସୌମ୍ୟରଞ୍ଜନଙ୍କ ମା’ କହିଛନ୍ତି ବିଦ୍ୟାଭାରତୀ ମର୍ଡର କରିଛି । ସେ ମିଛ କହୁଛି । ପୂର୍ବରୁ ବିଦ୍ୟାଭାରତୀ ମୋତେ ଫୋନ୍ କଲାବେଳେ ତମେ କେମିତି ଅଛ ପଚାରେ । ମୁଁ ପଚାରେ ତମେ କେମିତି ଅଛ । ସେ କହେ ସବୁକିଛି ଭଲ । ଆମ ବିଷୟରେ ଚିନ୍ତା କରନି । ମୋତେ ସୌମ୍ୟ ବିଷୟରେ ସେତେବେଳେ କିଛି କହୁନଥିଲା କାହିଁକି ?

ବିଦ୍ୟାଭାରତୀଙ୍କ ଅଭିଯୋଗ ଅନୁସାରେ, ସୌମ୍ୟଙ୍କର ଅନ୍ୟ ଯୁବତୀଙ୍କ ସହିତ ସମ୍ପର୍କ ରହିଥିଲା । ଯାହାକୁ ନେଇ ଅନେକ ସମୟରେ ଉଭୟଙ୍କ ମଧ୍ୟରେ ଝଗଡା ମଧ୍ୟ ହୋଇଥିଲା । ଏହି ଝଗଡାର ଏକ ଅଡିଓ ମଧ୍ୟ ସେ ଗଣମାଧ୍ୟମକୁ ଦେଇଛନ୍ତି । ତେବେ ସୌମ୍ୟଙ୍କ ପରିବାର ଲୋକେ ଆଣିଥିବା ଅଭିଯୋଗକୁ ସେ ଖଣ୍ଡନ କରିଥିବା ବେଳେ ଆଗକୁ ଘଟଣାରେ କ’ଣ ଟ୍ଵିଷ୍ଟ ଆସୁଛି ତାହାକୁ ଅପେକ୍ଷା ।

ସୋମବାରଠାରୁ ଗଜପତିରୁ ୬ ଜଣିଆ ପୋଲିସ ଟିମ୍ ଖଇରା ଏବଂ କପ୍ତିପଦା ଗୌଡଗାଁରେ ପହଞ୍ଚି ତଦନ୍ତ ଜାରି ରଖିଛି । ଏହାସହ ତଦନ୍ତ ମଙ୍ଗଳବାର ବି ଜାରି ରହିବ ବୋଲି ପୋଲିସ ସୂଚନା ଦେଇଛି । ସୋମବାର ପୋଲିସ ତଦନ୍ତ କରି ଯିବାପରେ ମଙ୍ଗଳବାର ମୁହଁ ଖୋଲିଛନ୍ତି ବିଦ୍ୟାଭାରତୀ ।

   Related Posts