ବଡ଼ ଭାଇଙ୍କ ସଙ୍ଗୀନ ଅଭିଯୋଗ, ସୌମ୍ୟଙ୍କ ଆକାଉଣ୍ଟରୁ ଟଙ୍କା ଯାଉଥିଲା କେଉଁଆଡ଼େ ?

Published By : Prameya-News7 Bureau | August 02, 2021 IST

ସୋର ୦୨।୦୮: ଆଗରୁ ଆମ ଭାଇ ଘରକୁ ସବୁ ଜିନିଷ ଦେଉଥିଲା । ବାହା ହେବା ପରେ ଆଉ କାହିଁକି ଦେଲାନାହିଁ କିଛି । ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଖାଲି ଅନ୍‌ଲାଇନ୍‌ ସପିଂ ସାଇଟ୍‌ରୁ ସାମଗ୍ରୀ କିଣା ହୋଇଛି । ତାହା ପୁଣି ଜୋତା, ଡ୍ରେସ୍‌, କେସର ଆଦି କିଣାଯାଉଥିଲା । ତେବେ ଏଥିପାଇଁ କିଏ ଦାୟୀ ବୋଲି ପ୍ରଶ୍ନ କରିଛନ୍ତି ପାରଳାଖେମୁଣ୍ଡି ମୃତ ଏସିଏଫ୍‌ଓ ସୌମ୍ୟରଞ୍ଜନଙ୍କ ବଡ଼ ଭାଇ ।

ଖବର ଅନୁଯାୟୀ, ଇତିମଧ୍ୟରେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାକୁ ୧୯ଦିନ ବିତିଗଲାଣି । ହେଲେ ଏ ପର୍ଯ୍ୟନ୍ତ ଏହା ମୃତ୍ୟୁ ନା ଆତ୍ମହତ୍ୟା ନା ଅଘଟଣ । ସେନେଇ କିଛି ସ୍ପଷ୍ଟ ଭାବେ ଜଣାପଡିଲାନାହିଁ ବୋଲି ପରିବାର ଲୋକେ କହିଛନ୍ତି । ଏପିରିକି ପୋଲିସ ତଦନ୍ତରେ ଆମ ପରିବାର ସନ୍ତୁଷ୍ଟ ନୁହଁ ବୋଲି ସୌମ୍ୟଙ୍କ ବଡ଼ଭାଇ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସୌମ୍ୟ ପାରଳାଖେମୁଣ୍ଡି ଯିବା ପରେ ଗୋଟିଏ ବି ଟଙ୍କା ଘରକୁ ଦେଉନଥିଲେ । ଆଗରୁ ଘରକୁ ଟଙ୍କା ଦେଉଥିଲେ । ହେଲେ ଏବେ କାଇଁ ଦେଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଏପିରିକି ସୌମ୍ୟଙ୍କ ଆକାଉଣ୍ଟରୁ ଅନ୍‌ଲାଇନ୍‌ ଟଙ୍କା ନେଣଦେଣ ହୋଇଛି । ଆମାଜାନ, ଫ୍ଲିପକାର୍ଟ ପରି ବିଭିନ୍ନ ଅନ୍‌ଲାଇନ୍‌ ସାଇଟ୍‌ରୁ ଅନେକ ସାମଗ୍ରୀ କିଣାଯାଉଥିଲା ।ଜୋତା, ଡ୍ରେସ୍‌, କେସର ଆଦି କିଣାଯାଉଥିଲା, ଏବଂ ସମସ୍ତ ଟଙ୍କା ସୌମ୍ୟଙ୍କ ଆକାଉଣ୍ଟରୁ ପେମେଣ୍ଟ କରାଯାଉଥିଲା । ସୌମ୍ୟଙ୍କ ବ୍ୟାଙ୍କ ଡିଟେଲସ୍‌ ବାହାର କଲେ ଏହିପରି ଅନେକ ତଥ୍ୟ ସାମ୍ନାକୁ ଆସିବ । ତେଣୁ ଯଦି ଏହି ଘଟଣାର ସଠିକ୍‌ ଭାବେ ତଦନ୍ତ କରାଯାଏ, ତେବେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା ପଦାକୁ ଆସିବ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.