Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ପାରଳାଖେମୁଣ୍ଡି ଏସିଏଫ ମୃତ୍ୟୁ ଘଟଣା : ଡିଜିପିଙ୍କୁ ଭେଟିଲେ ସୌମ୍ୟଙ୍କ ବାପା, ବୋହୁ-ରୋଷେୟା-ଡିଏଫଓଙ୍କ ଲାଏ ଡିଟେକ୍ସନ ପାଇଁ ଦାବି

19/07/2021 at 1:15 PM

କଟକ ୧୯।୦୭: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା । ପୋଲିସ ଡିଜିଙ୍କୁ ଭେଟିଲେ ମୃତ ସୌମ୍ୟରଞ୍ଜନଙ୍କ ବାପା । ତଦନ୍ତର ଅଗ୍ରଗତି ନେଇ ଡିଜିପିଙ୍କ ନିକଟରେ ଦାବି ଜଣାଇଲେ ସୌମ୍ୟଙ୍କ ବାପା । ଘଟଣାରେ ବୋହୁ, ରୋଷେୟା ଓ ଡିଏଫଓଙ୍କ ଲାଏ ଡିଟେକ୍ସନ ପାଇଁ ଦାବି କରିଛନ୍ତି ସୌମ୍ୟଙ୍କ ବାପା । ଏହାସହ ଗାରବନ୍ଧା ଥାନା ଆଇଆଇସି ମମତା ପଣ୍ଡା ଆମ୍ବୁଲାନ୍ସକୁ କାହିଁକି ଏକ ଘଣ୍ଟା ଧରି ଅଟକାଇଥିଲେ ।  ସେନେଇ ମଧ୍ୟ ତଦନ୍ତ କରିବାକୁ ଡିଜିପିଙ୍କୁ  ଅନୁରୋଧ କରିଛନ୍ତି ମୃତ ସୌମ୍ୟଙ୍କ ବାପା।

ସେପଟେ ଏସିଏଫ ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ଘଟଣାରେ ତନାଘନା କରୁଛି ତଦନ୍ତକାରୀ ଟିମ୍‌ ।  ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାକୁ ୭ ଦିନ ବିତିଲାଣି। ପୋଲିସର ତଦନ୍ତରେ ଏଯାଏଁ ସୌମ୍ୟଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ସେନେଇ କିଛି ସଠିକ ତଥ୍ୟ ମିଳିପାରିନାହିଁ । ୨ ଟି ପୋଲିସ ଟିମ୍ ଅଧିକ ତଦନ୍ତ ପାଇଁ ସୌମ୍ୟ ଓ ତାଙ୍କ ପତ୍ନୀଙ୍କ ଗାଁକୁ ଯାଇଛି । ଆଜି ବାପ ଘରେ ସୌମ୍ୟଙ୍କ ପତ୍ନୀଙ୍କୁ ଜେରା କରିପାରେ ପୋଲିସ୍ ।

ତେବେ କେଉଁ ପରିସ୍ଥିତିରେ ସୌମ୍ୟଙ୍କ ଦେହରେ ନିଆଁ ଲାଗିଲା ? ସେ ସମୟରେ ଅନ୍ୟ କେଉଁମାନେ ଉପସ୍ଥିତ ଥିଲେ ? ସେ ସବୁ ପ୍ରଶ୍ନର ଉତ୍ତରକୁ ଅପେକ୍ଷା କରିଛି ପୋଲିସ୍ । ସୌମ୍ୟରଂଜନଙ୍କ ପରିବାର ଲୋକଙ୍କୁ ପଚରାଉଚରା ପାଇଁ ଖଇରାରେ ଏକ ଟିମ୍ ପହଞ୍ଚିଛି । ଖଇରା ପୋଲିସ ସହ ଆଲୋଚନା କରିଛି ଟିମ୍ । ଏହାପରେ ମୃତ ସୌମ୍ୟରଂଜନଙ୍କ ଘରକୁ ଯାଇ ପଚରାଉଚରା କରିବ ।

ସେହିପରି ଗତକାଲି ଡିଏଫଓଙ୍କ କାର୍ଯ୍ୟାଳୟରେ ଗଜପତି ପୋଲିସ ଛାନଭିନ୍ କରିଥିଲା । ସୋମ୍ୟରଞ୍ଜନଙ୍କ ଡ୍ୟୁଟି ସମ୍ପର୍କିତ ଦସ୍ତାବିଜର ଯାଞ୍ଚ କରିଥିଲା ପୋଲିସ। ସୌମ୍ୟଙ୍କ ପରିବାର ଲୋକେ ବୋହୁ, ଡିଏଫ୍ଓ ଓ ରୋଷେୟାଙ୍କ ସଂପୃକ୍ତିକୁ ନେଇ ଅଭିଯୋଗ କରିଥିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଘଟଣାରେ ପୋଲିସ ଟିମ୍‌ ତଦନ୍ତ ଜାରି ରଖିଛି ।

   Related Posts