ନିଲାମ ହେବ ଲର୍ଡ ମାଉଣ୍ଟ ବେଟେନ ଓ ଲେଡି ଏଡୱିନାଙ୍କ ଭାରତୀୟ ସମ୍ପତ୍ତି, ଜାଣନ୍ତୁ କେତେ ହେବ ମୂଲ୍ୟ

Published By : Prameya-News7 Bureau | January 31, 2021 IST

ଲଣ୍ଡନ ୩୧।୧: ଭାରତରେ ଶେଷ ବ୍ରିଟିଶ ପ୍ରଶାସକ ଲର୍ଡ ମାଉଣ୍ଟ ବେଟେନ୍ ସାଙ୍ଗରେ ନେଇଯାଇଥିବା ସମ୍ପତ୍ତିର ନିଲାମ ହେବ। ଆସନ୍ତା ମାର୍ଚ୍ଚ ମାସରେ ଅକ୍ସନ ହାଉସ୍ ‘ସୋଥବେ’ ରାଜଧାନୀ ଲଣ୍ଡନରେ ଏ ସବୁର ନିଲାମ କରିବାକୁ ଥିବା ବେଳେ ଏଥିରେ ରଖାଯିବାକୁ ଥିବା ଗୋଟିଏ ଗୋଟିଏ ସାମଗ୍ରୀର ମୂଲ୍ୟ ୮୦ରୁ ଆରମ୍ଭ କରି ୧ ଲକ୍ଷ ପାଉଣ୍ଡରେ ନିଲାମ ହେବାର ଆଶା କରାଯାଉଛି।

{"id":401559,"width":577,"height":392,"sizeSlug":"large","linkDestination":"none"}

ଭାରତର ଶେଷ ଭାଇସରାୟ ଲର୍ଡ ମାଉଣ୍ଟବେଟେନ ଓ ତାଙ୍କ ପତ୍ନୀ ଏଡୱିନାଙ୍କ କୋଟିକୋଟି ଟଙ୍କାର ସମ୍ପତ୍ତି ନିଲାମ ହେବ। ଏଥିରେ ଜ୍ୱେଲରୀରେ ସଜ୍ଜିତ ଜୟପୁର ହାତୀ, ସୁନା ଘଡ଼ି, ହୀରକ ଖଚିତ ଗହଣା ଏପରିକି ୧୯୫୦ ଦଶକରେ ତିଆରି ହୋଇଥିବା ମହାରାଣୀ ଭିକ୍ଟୋରିଆଙ୍କ ରବୋଟ ଖେଳନାକୁ ମଧ୍ୟ ନିଲାମ ହାଉସ୍ ବିକ୍ରୟ କରିବେ।

{"id":401562,"sizeSlug":"large","linkDestination":"none"}

ମାଉଣ୍ଟ ବେଟେନଙ୍କୁ ଭାରତ ଓ ବର୍ମା (ଆଧୁନିକ ମ୍ୟାଁମାର)ରୁ ମିଳିଥିବା ୪୦୦ ବହୁମୂଲ୍ୟ ସାମଗ୍ରୀ, ଗହଣା ଓ ପେଣ୍ଟିଂସକୁ ମଧ୍ୟ ନିଲାମରେ ରଖାଯିବ। ଏହି ସବୁ ସାମଗ୍ରୀ ମାଉଣ୍ଟ ବେଟେନ ଓ ଏଡୱିନାଙ୍କ କନ୍ୟା ପେଟ୍ରେସିଆ ମାଉଣ୍ଟବେଟେନଙ୍କ ନିକଟରେ ଥିଲା। ପେଟ୍ରେସିଆ ବ୍ରିଟେନ ମହାରାଣୀଙ୍କ ପଣନାତୁଣୀ ଅଟନ୍ତି। ଗତ ୨୦୧୭ ମସିହାରେ ପେଟ୍ରେସିଆଙ୍କର  ୯୩ ବର୍ଷ ବୟସରେ ପରଲୋକ ହୋଇଥିଲା।

{"id":401563,"width":574,"height":582,"sizeSlug":"large","linkDestination":"none"}

ସୋଥବେ କମ୍ପାନୀ ନିଲାମରେ ରଖାଯିବାକୁ ଥିବା ସାମଗ୍ରୀ ଲୋକଙ୍କୁ ବିଂଶ ଶତାବ୍ଦୀର ବିଳାଶମୟ ଜୀବନଶୈଳୀ ମନେପକାଇବାକୁ ଯଥେଷ୍ଟ ହେବ । ଏହା ଛଡା ଭାରତକୁ କାହିଁକି ସୁନା ଚଢେଇ କୁହାଯାଏ ତାହା ବିଶ୍ୱରେ ପ୍ରଥମ ଥର ଲୋକେ ଦେଖିବାକୁ ପାଇବେ ବୋଲି କମ୍ପାନୀ ବୋଲି କହିଛି।  ଏହି ସବୁ ସାମଗ୍ରୀ ପେଟ୍ରେସିଆଙ୍କ ଅଷ୍ଟାଦଶ ଶତାବ୍ଦୀରେ ନିର୍ମିତ ଘର ‘ନ୍ୟୁହାଉସ୍‌’ରେ ରହିଛି।

{"id":401573,"sizeSlug":"large","linkDestination":"none"}

ନିଲାମ ଲାଗି ସେ ସବୁ ସାମଗ୍ରୀକୁ ଏବେ ସେଠାରୁ ଅଣାଯାଉଛି। ତାଙ୍କ ନିକଟରେ ଥିବା ଏହି ପାରିବାରିକ ସମ୍ପତ୍ତି ଲାଗି ପେଟ୍ରେସିଆ ବ୍ରିଟେନ ରାଜପରିବାରଙ୍କ ପରି କୂଳିନ ଲୋକଙ୍କ ମଧ୍ୟରେ ପରିଗଣିତ ହେଉଥିଲେ।  ନିଲାମ ହେବାକୁ ଥିବା ଜୟପୁରର ଜ୍ୱେଲରୀ ହାତୀ ମାଉଣ୍ଟ ବେଟେନ ତାଙ୍କ ପତ୍ନୀଙ୍କୁ ୨୪ତମ ବିବାହ ବାର୍ଷିକରେ ଉପହାର ଦେଇଥିଲେ। ଏହି ହାତୀ ଦୁଇଟି ଭାରତୀୟ କଳା ବୈଭବର ଉତ୍କୃଷ୍ଟ ନିଦର୍ଶନ କୁହାଯାଇପାରେ। ମାଉଣ୍ଟବେଟେନ ଭାଇସରାୟ ଥିବା ବେଳେ ୧୯୨୨ ମସିହାରେ ଏଡିୱିନାଙ୍କୁ ବିବାହ କରିଥିଲେ।

{"id":401574,"width":580,"height":543,"sizeSlug":"large","linkDestination":"none"}

ନିଲାମରେ ବ୍ରିଟେନର ତତ୍କାଳୀନ ମହାରାଣୀ ଭିକ୍ଟୋରିଆଙ୍କ ଭାରତରେ ନିର୍ମିତ ଡାୟମଣ୍ଡ ସେଟ୍‌ ଓ ସୁନା ବ୍ରେସଲେଟକୁ ମଧ୍ୟ ରଖାଯିବ। ଏହି ବ୍ରେସଲେଟରେ ମହାରାଣୀ ଭିକ୍ଟୋରିଆଙ୍କ ସ୍ୱାମୀ ଆଲବର୍ଟଙ୍କ ପିଲାବେଳର ଛବି ରହିଛି। ଏହି ବ୍ରେସଲେଟକୁ ଭିକ୍ଟୋରିଆ ମାଉଣ୍ଟ ବେଟେନଙ୍କୁ ଦେଇଦେଇଥିବା ବେଳେ ତାହା ତାଙ୍କ ଝିଅଙ୍କ ସମ୍ପତ୍ତିରେ ସାମିଲ ହୋଇଛି।

{"id":401568,"width":580,"height":435,"sizeSlug":"large","linkDestination":"none"}

ଏହାଛଡା ମାଉଣ୍ଟବେଟେନଙ୍କ ସମ୍ପତ୍ତିରେ ଥିବା ଭିକ୍ଟୋରିଆ କାଳୀନ ଏକ ରବୋଟ କଣ୍ଡେଇକୁ ମଧ୍ୟ ନିଲାମରେ ରଖାଯିବ। ପେଟ୍ରେସିଆଙ୍କ ଭାରତ ସମ୍ପର୍କ କେବଳ ତାଙ୍କ ପିତାଙ୍କ ଯୋଗୁ ନଥିଲା ତାଙ୍କ ସ୍ୱାମୀ ଜନ୍‌ ମଧ୍ୟ ଭାରତ ସହ ଗଭୀର ରୂପେ ଜଡିତ ଥିଲେ। ଜନ୍‌ଙ୍କ ପିତା ମାଇକେଲ ନଟଚବୁଲ ୧୯୩୮ମସିହାରେ ଭାରତର ଯୁବ ଭାଇସରାୟ ନିଯୁକ୍ତ ହୋଇଥିଲେ। ଜନ ମଧ୍ୟ ଭାରତରେ ମାଉଣ୍ଟବେଟେନଙ୍କ ଅଧିନରେ କାର୍ଯ୍ୟ କରିଥିଲେ।  ପରେ ସେ ଚଳଚିତ୍ର ନିର୍ମାତା ହୋଇଯାଇଥିଲେ। ଜନ୍‌ ‘ଏ ପ୍ୟେସେଜ ଟୁ ଇଣ୍ଡିଆ’ ନାମରେ ଫିଲ୍ମ ନିର୍ମାଣ କରିଥିବା ବେଳେ ତାହା ଅସ୍କାର ଲାଗି ନାମାଙ୍କିତ ହୋଇଥିଲା।

{"id":401567,"width":580,"height":461,"sizeSlug":"large","linkDestination":"none"}

ପେଟ୍ରେସିଆଙ୍କ ଏହି ସମ୍ପତ୍ତିରେ ବ୍ରିଟିଶ କାଳୀନ ଇମ୍ପେରିଆଲ ଅର୍ଡର ଅଫଦି  କ୍ରାଉନ୍‌ ଅଫ ଇଣ୍ଡିା ମଧ୍ୟ ରହିଛି। ଏଇଟିକୁ ପେଟ୍ରେସିଆଙ୍କୁ ତାଙ୍କ ଶାଶୁ ଦେଇଥିଲେ। ଏଥିରେ ହୀରା ଓ ମୋତି ଜଡା ହୋଇଛି। ଯାହାକୁ ତାଙ୍କ ଶାଶୁ ବିଶେଷ ଅବସରମାନଙ୍କରେ ପିନ୍ଧୁଥିଲେ। ଏହା ଛଡା ପେଟ୍ରେସିଆଙ୍କୁ ତାଙ୍କ ସ୍ୱାମୀ ଉପହାରରେ ଦେଇଥିବା ଦୁଆତକୁ ମଧ୍ୟ ନିଲାମରେ ରଖାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.