Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ବିଜେପି ଟିକେଟରେ ନିର୍ବାଚନ ଲଢ଼ିବେ କି ଅକ୍ଷୟ କୁମାର ? ଅକ୍ଷୟଙ୍କ ଟ୍ୱିଟକୁ ନେଇ ଜୋର ଧରିଛି ଚର୍ଚ୍ଚା

22/04/2019 at 3:32 PM

ମୁମ୍ବାଇ ୨୨/୪ : ବଲିଉଡ ଖିଲାଡୀ କୁମାରଙ୍କ ଏକ ଟ୍ୱିଟକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି | ଅକ୍ଷୟ କୁମାର ଆଜି ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟରୁ ଏକ ଟ୍ୱିଟ କରିଛନ୍ତି | ଅକ୍ଷୟଙ୍କ ଟ୍ୱିଟକୁ ନେଇ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ମତ ପୋଷଣ କରୁଛନ୍ତି | ନିର୍ବାଚନୀ ଲହରରେ ଅକ୍ଷୟ କୁମାର ରାଜନୀତିରେ ପ୍ରବେଶ କରାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି | କିନ୍ତୁ ଏହାପରେ ଆଉ ଏକ ଟ୍ୱିଟ କରି ସେ ହେଉଥିବା ଚର୍ଚ୍ଚାକୁ ଭୁଲ ବୋଲି କହିଛନ୍ତି |


ଆଜି ସକାଳେ ଅକ୍ଷୟ ଟ୍ୱିଟ କରିଥିଲେ ଯେ, ଆଜି ସେ ଏକ ନୂଆ କ୍ଷେତ୍ରରେ ପାଦ ରଖିବାକୁ ଯାଉଛନ୍ତି | ସେ ଏମିତି କିଛି କରିବାକୁ ଯାଉଛନ୍ତି ଯାହା ଆଜି ପର୍ଯ୍ୟନ୍ତ କେବେ କରିନଥିଲେ | ସେଥିପାଇଁ ସେ ବହୁତ ଉତ୍ସାହିତ ଏବଂ ବିଚଳିତ ଅଛନ୍ତି ବୋଲି କହିଥିଲେ | ଆଗକୁ କଣ ଅପଡେଟ ରହିଛି ତାପାଇଁ ଅପେକ୍ଷା କରିବାକୁ ପଡିବ ବୋଲି ସେ କହିଥିଲେ |


ଅକ୍ଷୟ କୁମାରଙ୍କ ଏହି ଟ୍ୱିଟ ପରେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଥିଲା | ସେ ରାଜନୀତି ପ୍ରବେଶ କରିବାକୁ ଯାଉଛନ୍ତି ବୋଲି ଘୋଷଣା କରିବାକୁ ଯାଉଛନ୍ତି ବୋଲି ଗୁଜବ ସୃଷ୍ଟି ହୋଇଥିଲା | କିଛି ଲୋକେ ଏହା ମଧ୍ୟ ଭାବି ଦେଇଥିଲେ ଯେ, ସେ ବିଜେପିରେ ଯୋଗ ଦେବେ ଏବଂ ନିର୍ବାଚନ ଲଢ଼ିବେ | ବିନୋଦ ଖାନ୍ନାଙ୍କ ଗୁର୍ଦାସପୁର ଆସନରୁ ଅକ୍ଷୟ ନିର୍ବାଚନ ଲଢ଼ିପାରନ୍ତି ବୋଲି ଲୋକେ ଆଲୋଚନା କରିଥିଲେ |


ଏହି ଟ୍ୱିଟ ପରେ ଅକ୍ଷୟ ଆଉ ଏକ ଟ୍ୱିଟ କରିଥିଲେ | ସେ ସଫାସଫି କହିଥିଲେ ଯେ, ସେ ରାଜନୀତିରେ ସାମିଲ ହେଉନାହାନ୍ତି | ତେବେ ପ୍ରଥମ ଟ୍ୱିଟକୁ ନେଇ ଜନତା ଏବଂ ତାଙ୍କ ଫଲୋୟର୍ସ ରୁଚି ଦେଖିଥିବା ହେତୁ ସେ ପ୍ରଥମେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ | କିନ୍ତୁ ସେ ରାଜନୀତିରେ ପ୍ରବେଶ କରୁନାହାନ୍ତି ବୋଲି କହିଥିଲେ | ଅକ୍ଷୟ ରାଜନୀତିରେ ପ୍ରବେଶ କରୁନଥିବା ଜାଣି ମଧ୍ୟ ସୋସିଆଲ ମିଡ଼ିଆ ୟୁଜର ଖୁସି ବ୍ୟକ୍ତ କରିଥିଲେ ଏବଂ ତାଙ୍କୁ ଧନ୍ୟବାଦ ଜଣାଇଥିଲେ |


ସୂଚନାଯୋଗ୍ୟ ଯେ, ଖୁବ ଶୀଘ୍ର ଅକ୍ଷୟ କୁମାର ରୋହିତ ସେଟ୍ଟୀଙ୍କ ଫିଲ୍ମ ସୂର୍ଯ୍ୟବଂଶୀରେ ଆସୁଛନ୍ତି | ଖୁବ ଶୀଘ୍ର ଏହି ଫିଲ୍ମ ପରଦାକୁ ଆସିବ | ଫିଲ୍ମରେ ଅକ୍ଷୟଙ୍କ ବିପକ୍ଷରେ କ୍ୟାଟ୍ରିନା କୈଫ ଅଭିନୟ କରୁଛନ୍ତି | ଆଜି ଏକ ଫଟୋ ମାଧ୍ୟମରେ ଅକ୍ଷୟ ଫିଲ୍ମକୁ ନେଇ ଅଫିସିଆଲ ଘୋଷଣା କରିଛନ୍ତି |

   Related Posts