ଭିଜିଲାନ୍ସ ଜାଲରେ ମହିଳା ଫରେଷ୍ଟ ଗାର୍ଡ, ୧୦ ହଜାର ଟଙ୍କା ନେଉଥିଲେ ଲାଞ୍ଚ

Published By : Prameya-News7 Bureau | May 27, 2020 IST

ବ୍ରହ୍ମପୁର ୨୭।୫: ଭିଜିଲାନ୍ସ ଜାଲରେ ସୋରଡା ରେଞ୍ଜ୍ ଫରେଷ୍ଟ ଗାର୍ଡ । ଗଞ୍ଜାମ ଜିଲ୍ଲା ସୋରଡା ରେଞ୍ଜ ପିପଲପଙ୍ଗା ବିଟ୍ ମହିଳା ଫରେଷ୍ଟ ଗାର୍ଡ ବିଷ୍ଣୁପ୍ରିୟା ଦାସ୍ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ । ସୋରଡା ଥାନା ଧଉଗାମ୍ ଗାଁର ଗଙ୍ଗନା ମଣ୍ଡଳଙ୍କଠାରୁ ରାତ୍ରି ଜଗୁଆଳି ଗଣେଶ ପାତ୍ରଙ୍କ ମାଧ୍ୟମରେ ଲାଞ୍ଚ ନେଉଥିଲେ । ଲାଞ୍ଚ ଟଙ୍କା ରାତ୍ରି ଜଗୁଆଳିଙ୍କ ପକେଟ୍ ରୁ ଜବତ କରାଯାଇଛି । ବ୍ରହ୍ମପୁର ଭିଜିଲାନ୍ସ ଥାନାରେ କେସ୍ ନଂ-୬/୨୦୨୦ ରୁଜୁ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.