ସୋର ମ୍ୟୁନିସିପାଲଟିର ଅଡଙ୍ଗବଜାର ୭ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

Published By : Prameya-News7 Bureau | August 17, 2020 IST

ସୋର ।୮: ବାଲେଶ୍ବର ଜିଲ୍ଲା ସୋର ପୌରପାଳିକା ୮ନଂ ଓ୍ବାର୍ଡ ଅଡଙ୍ଗବଜାରକୁ ସଟ୍ ଡାଉନ୍ ଘୋଷଣା କଲା ଜିଲ୍ଲା ପ୍ରଶାସନ । ସଟ୍ ଡାଉନ, ଲକ୍ ଡାଉନ୍ ସତ୍ତ୍ବେ କିଛି ଅମାନିଆଙ୍କ ପାଇଁ ଆଜି ସୋର ପୌରପାଳିକାରେ କରୋନା ପଜିଟିଭ୍ ବଢିଚାଲିଛି । ସୋର ପୌରପାଳିକାରେ ଜଣେ ଚାଓମିନ୍ ଦୋକାନୀ ଓ ତାଙ୍କ ସ୍ତ୍ରୀ ପଜିଟିଭ୍ ଚିହ୍ନଟ ପରେ ପ୍ରଶାସନର ନିଦ ହଜାଇ ଦେଇଥିଲା ।

{"id":315746,"sizeSlug":"large"}

ତେବେ ମ୍ୟୁନିସିପାଲଟି ଅଞ୍ଚଳରୁ ସ୍ବାବ୍ ଟେଷ୍ଟ କରିବା ପରେ ୧୧ ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ସୋର ପୌରପାଳିକା ନିର୍ବାହୀ ଅଧିକାରୀ ଅଡଙ୍ଗବଜାରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ପାଇଁ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ । ଏହାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଅଡଙ୍ଗବଜାରର ହାଟସାହିକୁ ସଂଯୋଗ କରୁଥିବା ୭ଟି ରାସ୍ତାକୁ ସିଲ୍ କରିବା ସହ ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.