Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ବିଦ୍ୟାଳୟ ପରିସରରେ ଛାତ୍ରୀଙ୍କୁ ଅସଦାଚରଣ କଲେ ୩ ନାବାଳକ ଛାତ୍ର, ବିଦ୍ୟାଳୟ କର୍ତ୍ତୃପକ୍ଷ ଘଟଣାକୁ ଚପାଇବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗ

18/11/2019 at 9:39 PM

ସୋର ୧୮।୧୧ – ସୋରରେ ଥିବା ଏକ ଆବାସିକ ବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି । ସନ୍ଧ୍ୟା ସମୟରେ ୩ ଜଣ ନାବାଳକ ଛାତ୍ର ଛାତ୍ରୀଙ୍କ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏହାକୁ ସ୍କୁଲ କର୍ତ୍ତୃପକ୍ଷ ଲୁଚାଇ ରଖିଥିବା ଛାତ୍ରୀଙ୍କ ପରବାର ଲୋକ ଅଭିଯୋଗ କରିଛନ୍ତି । ଥାନାରେ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ଛାତ୍ରମାନଙ୍କୁ ଥାନାରେ ଅଟକ ରଖିଥିଲା । ଏବେ ପୁଲିସ ଏହି ଘଟଣାର ତଦନ୍ତ କରୁଛି ।

ଏକ ଆବାସିକ ବିଦ୍ୟାଳୟର ଏପରି ଘଟଣା ଘଟିବା ଓ ଏହାକୁ ଲୁଚାଇ ରଖିବା ପରେ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । କିଛି ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରେ ବାସନ ମାଜିବା ଓ ଲୁଗା ସଫା କରିବା କାମରେ ନିୟୋଜିତ କରାଯାଉଥିବା ଅଭିଯୋଗ ହୋଇଛି । ଏହି ଘଟଣାର ତଦନ୍ତ ପାଇଁ ଅଭିଭାବକମାନେ ଦାବି କରିଛନ୍ତି ।

   Related Posts