ଗଜପତି କଣ୍ଟେଇକୋଳି ଗାଁରେ ପୂଜାପାଠ ବେଳେ ଗୁଣିଆକୁ ଅଟକ ରଖିଲା ପୋଲିସ

Published By : Prameya-News7 Bureau | November 03, 2018 IST

ଗଜପତି ୩|୧୧:  ଗଜପତି ଜିଲ୍ଲା ମୋହନା ଥାନା କଣ୍ଟେଇକୋଳି ଗାଁରେ ପୂଜାପାଠ ବେଳେ ଗୁଣିଆକୁ ଅଟକ ରଖିଛି ପୋଲିସ । ଗୁଣିଆ ଜଣକ ହେଲେ ପୋଡାମାରିର ପରମାନନ୍ଦ ପରିଛା । କଣ୍ଟେଇକୋଳି ଗାଁରେ କତ କିଛିଦିନ ହେଲା ଛୋଟ ପିଲାଙ୍କ ଦେହ ଖରାପ ହୋଇଯାଇଛି । ଗତ ୩୧ ତାରିଖ ଦିନ ଗାଁର ୧୮ ବର୍ଷିୟ ଯୁବକ ରଂଜନ ମଲ୍ଲିକର କୌଣସି କାରଣରୁ ମୃତ୍ୟୁ ଘଟିଥିଲା । ଏଣୁ ଗୁଣିଆ ପରମାନନ୍ଦକୁ ଡାକି ପୂଜାପାଠ କରୁଥିଲେ ଗ୍ରାମବାସୀ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚି ଗୁଣିଆକୁ ଅଟକ ରଖି ପଚରାଉଚୁରା କରୁଛି । ତେବେ ଏହି ସମୟରେ ଗ୍ରାମବାସୀ ପୋଲିସକୁ ଛାଡିନଥିଲେ । ଧସ୍ତାଧସ୍ତି ପରିସ୍ଥିତି ହୋଇଥିବା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.