Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୋରଡା ବୁଥ ଭିତରେ ଭଙ୍ଗାରୁଜା ଘଟଣାକୁ କେନ୍ଦ୍ର କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ତୀର ମାରିଲା ବିଜେଡି, ଉଭୟ ଫେରାଦ ହେଲେ ନିର୍ବାଚନ ଅଧିକାରୀଙ୍କ ପାଖରେ

19/04/2019 at 6:51 PM

ଭୁବନେଶ୍ବର ୧୯|୪: ଗଞ୍ଜାମ ଜିଲ୍ଲା ସୋରଡାରେ ବୁଥ ଭଙ୍ଗାରୁଜା ଘଟଣାକୁ ନେଇ ବିଜେଡି ବି​‌ଜେପି ମୁହାଁମୁହିଁ । ନିର୍ବାଚନ ବେଳେ ଘଟୁଥିବା ହିଂସାକାଣ୍ତ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରୟ ପ୍ରଧାନଙ୍କୁ ବିଜେଡି ନିଶାନା କରିଥିବା ବେଳେ ବିଜେପି ବିଜେଡି ଉପରେ ଦୋଷ ଲଦୁଛି । 

ଏପରିକି କ୍ରିମିନାଲମାନଙ୍କୁ ବିଜେପି  ଟିକେଟ ଦେଇଛି । ଯେଉଁଥିପାଇଁ ହିଂସାକାଣ୍ତ ଘଟୁଛି। ସୋରଡା ପ୍ରାର୍ଥୀ ନୀଳମଣି ବିଶୋୟୀଙ୍କ ବିରୋଧରେ ମାଳମାଳ ଅପରାଧିକ ମାମଲା ଥିବା ଅଭିଯୋଗ କରିଛି ବିଜେଡି । ଏପଟେ ବିଜେପି କହିଛି ବିଜେଡି ପରାଜୟ ବରଣ କରିବାକଗୁ ଯାଉଥିବାରୁ ଏପଟ ସେପଟ କଥା କହୁଛି।

ସୋରଡାରେ ବୁଥ ଭିତରେ ପଶି ଇଭିଏମ ମେସିନ  ଭଙ୍ଗରୁଜା ଘଟଣାକୁ ​‌ନେଇ ବିଜେଡି ବିଜେପି ମୁହାଁ ମୁହିଁ । ଉଭୟ ଦଳ ନିର୍ବାଚନ କମିଶନ ଦ୍ବାରସ୍ଥ ହୋଇଛନ୍ତି । କିନ୍ତୁ ଏ ଘଟଣା କୁ ନେଇ ବିଜେଡି ସିଧା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛି।  ୟୁପି ଓ ବିହାର ଭଳି ହିଂସାକାଣ୍ତ ଓ ରାଜନୈତିକ ଶତ୍ରୁତା ଆମଦାନୀ ଉଦ୍ୟମ କରାଯାଉଛି।

ଓଡିଶାକୁ ରାଷ୍ଟ୍ରୀୟ ସ୍ତରରେ ବଦନାମ କରିବାକୁ ଧର୍ମେନ୍ଦ୍ର ଉଦ୍ୟମ କରୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ଲକ୍ଷ୍କୀଦତ୍ତ ହତ୍ୟାର ଅଭିଯୁକ୍ତ ଉତ୍ତରାଖଣ୍ତ ଫାର୍ମ ହାଉସ​ରେ ଥିଲା ବୋଲି ଟାର୍ଗେଟ କରିଛି ବିଜେଡି । ଏହାସହ ନୀଳମଣି ବିଶୋୟୀଙ୍କ ବିରୋଧରେ ମାଳମାଳ ଅପରାଧିକ ମାମଲା ରହିଛି। ଅପରାଧରେ ଲିପ୍ତ ଥିବା ଲୋକଙ୍କୁ ବିଜେପି ବିକଳରେ ପ୍ରାର୍ଥୀ କରିଛି ବୋଲି ଅଭିଯୋଗ କରିଛି।

ବିଜେପି ଓଲଟା ବାଣ ମାରିଛି ବିଜେଡିକୁ ଆକ୍ଷେପ କରିଛି। ବିଜେପି କର୍ମୀଙ୍କ ଉପରେ ଆକ୍ରମଣ କରୁଛି ବିଜେଡି । ‌ସୋରଡ଼ାରେ ବିଜେଡି କର୍ମୀମାନେ ବୁଥରେ ହେରଫେର କରୁଥିଲେ ଏହାକୁ ପ୍ରାର୍ଥୀ ନୀଳମଣି ବିରୋଧ କରିଥିଲେ। ନୀଳମଣି ବିଶୋୟୀ ଇଭିଏମ ମେସିନ ଭଙ୍ଗାରୁାଜା କରିନାହାନ୍ତି ବୋଲି ବିଜେପି କହିଛି । ସିସିଟିଭି ଫୁଟେଜ ନ ଦେଖି ତାଙ୍କୁ ଗିରଫ କରାଯାଇଥିବାରୁ ବିଜେପି ନିର୍ବାଚନ ଅଧିକାଙ୍କ ନିକଟରେ ଫେରାଦଜ ହୋଇଛି।

ପ୍ରଥମ ପ୍ରର୍ଯ୍ୟାୟରେ ଅପେକ୍ଷା ଦ୍ବିତୀୟ ପ୍ରର୍ଯ୍ୟୟରେ ଅଧିକ ହିଂସା ଦେଖିବାକୁ  ମିଳିଛି। ଏପରିକି ଏବେସୁଦ୍ଧା ୩ ଜଣଙ୍କ ମୃତ୍ୟୁ ରାଜନୈତିକ କାରଣ ହୋଇଥିବା ଅଭିଯୋଗ ହୋଇଛି। ଆଗକୁ ଆହୁରି ଦୁଇ ପର୍ଯ୍ୟାୟ ଅଛି।

   Related Posts