ମନ୍ଦିର ଓ ସ୍କୁଲରୁ ଚୋରି ଘଟଣା, ୫ ଜଣଙ୍କୁ ବାନ୍ଧିଲା ସୋର ପୋଲିସ

Published By : Prameya-News7 Bureau | November 14, 2021 IST

ସୋର, ୧୪/୧୧ ଚୋରି ଘଟଣାରେ ୫ଜଣଙ୍କୁ ବାନ୍ଧିଲା ପୋଲିସ । ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ମନ୍ଦିର ଓ ବିଭିନ୍ନ ଘରେ ଲାଗିଥିବା ପାଣି ମଟର, ମୋବାଇଲ ଓ ସ୍କୁଲରେ ଥିବା ମଧ୍ୟାହ୍ନ ଚାଉଳ ଚୋରି ଏବଂ ମାରପିଟ ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି ।

ଗିରଫଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି । ସୋର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ସେମାନଙ୍କୁ ଗିରଫ କରିଛି । ପୌର ପାଳିକା ପୁରୁଣା ସିନେମାହଲ ନିକଟରେ ଥିବା ଲଷ୍ମୀ ନାରାୟଣ ମନ୍ଦିରରୁ ଚୋରି ଘଟଣାରେ ପଠାଣ ମହଲ୍ଲାର ଇମ୍ରାନ ଶାହା, ସେକ ଜମାଲ୍ଲୁଦିନ, ପୁରୁଷୋତ୍ତମପୁର ଗ୍ରାମରେ ସ୍କୁଲ ଚାଉଳ ଚୋରି ଘଟଣାରେ ଶ୍ରୀଧର ମଳିକ, ଜମିବାଡ଼ି ଗଣ୍ଡଗୋଳ ଘଟଣାରେ ଦାଣ୍ଡହରିପୁର ଗ୍ରାମର ମନୋରଞ୍ଜନ ମଳିକ ଏବଂ ବାଲିପୁର ଗ୍ରାମର ଜଣେ ୱାରେଣ୍ଟି ମାଳତୀ ସିଂଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.