Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ଆତଙ୍କବାଦୀଙ୍କ ଗୋଷ୍ଠୀରେ ସ୍କୁଲ ଛାତ୍ର, ତଦନ୍ତକାରୀ ସଂସ୍ଥାଙ୍କ ରାଡାରରେ ସୋପିଆନ ସ୍କୁଲ

11/10/2020 at 9:29 PM

ସୋପିଆନ ୧୧।୧୦: ଦକ୍ଷିଣ କାଶ୍ମୀର ସୋପିଆନ ଜିଲ୍ଲାର ଏକ ମଦରସାର ଛାତ୍ରମାନେ ଆତଙ୍କବାଦୀଙ୍କ ସଙ୍ଗଠନରେ ଯୋଗଦେଉଛନ୍ତି। ଏହି ଗୁଇନ୍ଦା ସୂଚନା ଏବେ ଯାଞ୍ଚ ଏଜେନ୍ସୀଙ୍କ ନିଦ ହଜେଇ ଦେଇଛି। ସ୍କୁଲର ଏବେ ଖୋଳତାଡ ହେଉଥିବା ବେଳେ ଆତଙ୍କବାଦୀ ତିହାରି କାରଖାନା ପାଲଟିଥିବା ସ୍କୁଲ ଏବେ ତଦନ୍ତକାରୀ ସଂସ୍ଥାଙ୍କ ରାଡାରକୁ ଆସିଛି। 

ଏହି ମଦରସାରେ ସଜ୍ଜାଦ ଭଟ୍ଟ ମଧ୍ୟ ଏକଦା ଛାତ୍ର ଥିଲା। ସଜ୍ଜାଦ ଗତ ୧୪ ଫେବୃଆରୀ ୨୦୧୯ ପୁଲବାମା ସିଆରପିଏଫ  ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ଥିଲା। ଏହି ଧାର୍ମିକ ବିଦ୍ୟାପୀଠରେ ମୁଖ୍ୟତଃ କୁଲଗାଓଁ, ପୁଲୱାମା ଓ ଅନନ୍ତନାଗ ଜିଲ୍ଲାର ଛାତ୍ରମାନେ ପଢନ୍ତି। ଜମ୍ମୁ-କାଶ୍ମୀରର ଏହି ସବୁ ଅଞ୍ଚଳ ଆତଙ୍କବାଦ ଲାଗି ସମ୍ବେଦନଶୀଳ ଓ ପ୍ରାୟ ଆତଙ୍କବାଦୀ ସଙ୍ଗଠନ ଏହି ସବୁ ଅଞ୍ଚଳରୁ ସଙ୍ଗଠନରେ ଲୋକଙ୍କୁ ଭର୍ତ୍ତି କରୁଥିବାର ଗୁଇନ୍ଦା ରିପୋର୍ଟ ରହିଛି।

ତେବେ କେବଳ ଜମ୍ମୁ-କାଶ୍ମୀରର ୩ ଜିଲ୍ଲା ନୁହେଁ ଏଠାକୁ କେରଳ ଓ ତେଲେଙ୍ଗାନା ରାଜ୍ୟରୁ ମଧ୍ୟ ଛାତ୍ରମାନେ ପଢିବାକୁ ଆସୁଛନ୍ତି।  ହେଲେ ଗତବର୍ଷ ରାଜ୍ୟରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ସମାପ୍ତ ପରେ ଏବେ ଏପରି ଛାତ୍ରଙ୍କ ଆଗମନ ହ୍ରାସ ହୋଇଛି।  ଏହି ଧାର୍ମିକ ବିଦ୍ୟାପୀଠର ଅଧିକାଂଶ ଛାତ୍ର ଆତଙ୍କବାଦ ସହ ପରବର୍ତ୍ତି ସମୟରେ ସମ୍ପୃକ୍ତ ଥିବାର ପ୍ରମାଣ ରହିଛି। ନିକଟରେ ଏହି ସ୍କୁଲର ଜନୈକ ଛାତ୍ର ଛୁଟି ସମାପ୍ତ ହେବା ପରେ ସ୍କୁଲକୁ ଫେରିବା ରାସ୍ତାରେ ନିଖୋଜ ହୋଇଯାଇଥିଲା। ଅଭିଭାବକଙ୍କ ଅଭିଯୋଗ ଆଧାରରେ ତଦନ୍ତ କରାଯିବା ବେଳେ ଛାତ୍ର ଆତଙ୍କବାଦ ସଙ୍ଗଠନରେ କାମ କରୁଥିବା ଜଣାପଡିଥିଲା।

ଏହି ସ୍କୁଲର ପ୍ରାୟ ଛାତ୍ର ହିଜବୁଲ ମୁଜାହିଦୀନ, ଜୈସ-ଏ-ମହମ୍ମଦ, ଅଲ-ବଦ୍ର ଓ ଲସ୍କର–ଏ-ତୌୟବା ଭଳି ସଙ୍ଗଠନରେ କାମ କରିଥିବାର ମଧ୍ୟ ପ୍ରମାଣ ମିଳିଲାଣି। ତେବେ ଏହି ସ୍କୁଲର ପରିବେଶ ଓ ଏଠାକାର ଶିକ୍ଷାଦାନ ପ୍ରଣାଳୀ ହିଁ ସେମାନଙ୍କୁ ଏପରି ବିଦ୍ରୋହୀ କରୁଥିବାର ଅନୁମାନ କରାଯାଉଛି। ଏଣୁ ସ୍କୁଲର ଏବେ ତଦନ୍ତ କରାଯାଉଥିବା ତଦନ୍ତକାରୀ ସଂସ୍ଥା ଅଧିକାରୀ କହିଛନ୍ତି।

   Related Posts