ଇତିହାସ ରଚିଲେ ନ୍ୟୁଜି‌ଲାଣ୍ଡର ମହିଳା କ୍ରିକେଟର, ନିଜ ନାମରେ ଯୋଡ଼ିଲେ ଏହି କୀର୍ତ୍ତି...

Published By : Prameya-News7 Bureau | January 14, 2021 IST

ନୂଆଦିଲ୍ଲୀ, ୧୪/୦୧: ନ୍ୟୁଜି‌ଲାଣ୍ଡର ଷ୍ଟାର କ୍ରିକେଟର ସୋଫି ଡିଭାଇନ୍ ଇତିହାସ ରଚିଛନ୍ତି । ଡିଭାଇନ୍‌ ମହିଳା ଟି-୨୦ କ୍ରିକେଟ୍ ଇତିହାସରେ ସବୁଠାରୁ ଦ୍ରୁତତମ ଶତକ ନିଜ ନାମରେ କରିଛନ୍ତି । ସେ ଏବେ ନ୍ୟୁଜି‌ଲାଣ୍ଡ ମହିଳା କ୍ରିକେଟ୍‌ ଟିମ୍‌ର ଅଧିନାୟକ ଅଛନ୍ତି ।

ନ୍ୟୁଜି‌ଲାଣ୍ଡରେ ଚାଲିଥିବା ସୁପର ସ୍ମାସ୍‌ କମ୍ପିଟେସନ୍‌ରେ ସୋଫି ୩୬ ବଲ୍‌ ଖେଳି ଶତକ ହାସଲ କରିଛନ୍ତି । ମ୍ୟାଚ୍‌ରେ ୯ଟି ଛକା ସହ ୯ଟି ଚୌକା ମାରି ଦ୍ରୁତ ଶତକ ହାସଲ୍‌ କରିଛନ୍ତି । ସମୁଦାୟ ୩୮ଟି ବଲ୍‌ ଖେଳି ସେ ୧୦୮ ରନ୍ କରି ଅପରାଜିତ ରହିଥିଲେ । ସୋଫି ଡିଭାଇନ୍‌ଙ୍କ ଟିମ୍‌ ୱିଲିଂଟନ୍‌ ୧୨୯ ରନ୍‌ର ବିଜୟ ଲକ୍ଷ୍ୟକୁ ମାତ୍ର ୮.୪ ଓଭରରେ ହାସଲ କରିନେଇଛି । ଦଳ ଓଭର୍‌ ପିଛା ୧୫.୫୯ ହାରରେ ରନ୍‌ କରିଛି ।
ସୋଫି ଡିଭାଇନ୍‌ ୱେଷ୍ଟଇଣ୍ଡିଜ୍ର ଡିନ୍ଦ୍ରା ଡୋଟିନ୍‌ଙ୍କ ୧୦ ବର୍ଷ ପୂରୁଣା ରେକର୍ଡକୁ ଭାଙ୍ଗିଛନ୍ତି ।

ଡିନ୍ଦ୍ରା ବୁମଂସ୍‌ ଟି-୨୦ରେ ୩୮ଟି ବଲ୍‌ରେ ତାଙ୍କର ପ୍ରଥମ ଦ୍ରୁତତମ ଶତକ ୨୦୧୦ ମସିହାରେ କରିଥିଲେ । ୨୦୧୮ରେ ଅଷ୍ଟ୍ରେଲିଆର ଗ୍ରେସ୍‌ ହାରିସ ବ୍ରିସ୍‌ବେନ୍ ଟି-୨୦ରେ ୪୨ ବଲ୍‌ ଖେଳି ଶତକ କରିଥିଲେ । ଏହି ରେକର୍ଡକୁ ସୋଫି ଭାଙ୍ଗିଛନ୍ତି । ସେ ଖେଳୁଥିବା ସମୟରେ ତାଙ୍କର ଏକ ବଲ୍‌ ଷ୍ଟାଡିୟମ୍‌ରେ ଖେଳ ଦେଖୁଥିବା ଛୋଟ ଫ୍ୟାନ୍‌ଙ୍କ ଦେହରେ ବାଜିଥିଲା । ମ୍ୟାଚ୍‌ ସରିବା ପରେ ସେ ସେହି ଷ୍ଟାଣ୍ଡକୁ ଯାଇଥିଲେ । ଛୋଟ ଫ୍ୟାନ୍‌ଙ୍କ ସହ ସମୟ ବିତାଇବା ସହିତ ସେଲ୍ପି ମଧ୍ୟ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.