Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରେଗନେନ୍ସିରେ ପ୍ରିୟଙ୍କାଙ୍କ ଯାଆ ସୋଫି ଟର୍ଣ୍ଣରଙ୍କ କୁଲ୍ ଲୁକ୍ : ବେବି ବମ୍ପରେ ଫଟୋ ଭାଇରାଲ୍

7/07/2020 at 12:50 PM

ଗେମ୍ ଅଫ୍ ଥ୍ରୋନ୍ସ ଷ୍ଟାର୍ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ବଡ଼ ଯାଆ ସୋଫି ଟର୍ଣ୍ଣରଙ୍କ ପ୍ରେଗନେନ୍ସି ଖବର ଅନେକ ଦିନରୁ ଚର୍ଚ୍ଚାରେ ରହିଛି। ପ୍ରେଗନେନ୍ସିରେ ସୋଫି ଟର୍ଣ୍ଣର ଅତ୍ୟନ୍ତ କୁଲ୍ ଲୁକରେ ନଜର ଆସିଛନ୍ତି। ଏହି ଫଟୋ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି।

 ବେବି ବମ୍ପ୍ ଫ୍ଲଣ୍ଟ୍ କରୁଥିବା ସୋଫି ଟର୍ଣ୍ଣରଙ୍କ ଏହି ଫଟୋ ଆଉଟଡୋରର। ଏଥିରେ ସୋଫି ଶର୍ଟ ଡ୍ରେସରେ ନଜର ଆସିଛନ୍ତି। ସେ ମୁହଁରେ ମାସ୍କ ଲଗାଇଛନ୍ତି।

ଏକ ଫଟୋ ତାଙ୍କ ଫ୍ୟାମିଲି ଆଉଟିଂର। ଏଥିରେ ସୋଫି ପିଙ୍କ ଡ୍ରେସ୍ ପିନ୍ଧିଥିବା ଦେଖିବାକୁ ମିଳିଛି। ତାଙ୍କ ସ୍ବାମୀ ଜୋ ଜୋନସ୍ ଆଉଟିଂ ଜିନିଷ ସହ ସୋଫିଙ୍କ ପଛରେ ଚାଲିଥିବା ଦେଖିବାକୁ ମିଳିଛି।

ସୋଫି ଏହି ସମୟରେ ଲସ୍ ଏଞ୍ଜେଲସରେ ଜୋ ଏବଂ ନିଜ ବାପା-ମାଆଙ୍କ ସହ ପୂରା ଟାଇମ୍ ସ୍ପେଣ୍ଡ କରୁଛନ୍ତି। ଏହା ପୂର୍ବରୁ ସେ ପରିବାର ସହ ବାହାରେ ବୁଲୁଥିବାର ଦେଖାଯାଇଛି। ଏହି ସମୟରେ କ୍ୟାପଚର ହୋଇଥିବା ତାଙ୍କ ଫଟୋ ସାମନାକୁ ଆସିଛି।

ସୋଫି ଏବଂ ଜୋ ଦୁହେଁ ଆରମ୍ଭରୁ ବ୍ଲାକ୍ ଲାଇଭ୍ସ ମ୍ୟାଟର ଆନ୍ଦୋଳନରେ ସାମିଲ ହୋଇଥିଲେ। ସେ ସୋସିଆଲ ମିଡିଆରେ ଏହା ବିରୋଧରେ ସ୍ବର ମଧ୍ୟ ଉଠାଇଥିଲେ। ଏହି ଆନ୍ଦୋଳନରେ ଦମ୍ପତ୍ତି Blackout Tuesday ରେ ମଧ୍ୟ ସାମିଲ ହୋଇଥିଲେ।

ସୋଫିଙ୍କ ପ୍ରେଗନେନ୍ସିର ଖୁଲାସା ଫେବୃୟାରୀରେ ହୋଇଥିଲା। ସେତେବେଳେ କୁହାଯାଉଥିଲା ଯେ ସେ ୪ମାସର ଗର୍ଭବତୀ ଅଛନ୍ତି।

ଲକଡାଉନରେ ସୋଫି ଏବଂ ଜୋ ଜୋନସ୍ ଘରେ ଏକାଠି ବହୁତ ସମୟ ବିତାଇଥିଲେ। ଏକ ସାକ୍ଷାତକାରରେ ସୋଫି ଏହା ମଧ୍ୟ କହିଥିଲେ ଯେ ତାଙ୍କୁ ଘରେ ରହିବା ପସନ୍ଦ।

ସୋଫି ଟର୍ଣ୍ଣର ନିଜ ସାନ ଯାଆ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନସଙ୍କ ସହ ଭଲ ବଣ୍ଡିଂ ସେୟାର କରନ୍ତି। ପ୍ରିୟଙ୍କାଙ୍କ ବିବାହ ସମୟରେ ସୋଫି ଭାରତ ଆସିଥିଲେ। ତାଙ୍କୁ ଭାରତୀୟ ପୋଷାକରେ ମଧ୍ୟ ଦେଖାଯାଇଥିଲା।

ପ୍ରିୟଙ୍କାଙ୍କ ବିବାହର କିଛି ଦିନ ପରେ ସୋଫି ଏବଂ ଜୋ ବିବାହ କରିଥିଲେ। ସେମାନେ ଦୁଇ ଥର ବିବାହ କରିଥିଲେ ,ଥରେ ସିକ୍ରେଟ୍ ଓ୍ବେଡିଂ ଆଉ ଥରେ ଖ୍ରୀଷ୍ଟିୟାନ୍ ରୀତିନୀତିରେ ଧୁମଧାମରେ ବିବାହ କରିଥିଲେ।

   Related Posts