ହଲିଉଡ୍ ସେଲିବ୍ରେଟିଙ୍କୁ କରୋନା ଡର, ବାପାଙ୍କ ମୃତ୍ୟୁ ପରେ ସଙ୍କଟରେ ସୋଫିଆ
25/03/2020 at 10:22 AM

ନୂଆଦିଲ୍ଲୀ ୨୫/୩: କରୋନା ଭାଇରସରେ ସଂକ୍ରମଣ ହୋଇଥିବା ଯୋଗୁଁ ଅଭିନେତ୍ରୀ ସୋଫିଆ ମାଇଲ୍ସଙ୍କ ବାପା ପିଟର ମାଇଲ୍ସଙ୍କ ମୃତ୍ୟୁ ହୋଇଯାଇଛି। ସୋଫିଆ ସୋସିଆଲ ମିଡିଆରେ ଏବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏହା ହେଉଛି କରୋନା ଭାଇରସର ଅକୁହା ସତ୍ୟ। ସୋଫିଆ ମାଇଲ୍ସ ‘ଟ୍ରାନ୍ସଫର୍ମର ଏଜ୍ ଅଫ୍ ଏକ୍ସଟିଙ୍କସନ୍’,‘ଅଣ୍ଡରଗ୍ରାଉଣ୍ଡ’ ଭଳି ଫିଲ୍ମରେ ନଜର ଆସିଛନ୍ତି।
ଏକ ନ୍ୟୁଜ୍ ଏଜେନ୍ସି ସହ କଥା ହେବାବେଳେ ଅଭିନେତ୍ରୀ କହିଛନ୍ତି ଯେ, ସେ ତାଙ୍କ ବାପାଙ୍କ ମୃତ୍ୟୁ ଦେଖିବା ପାଇଁ ପୂରାପୂରି ପ୍ରସ୍ତୁତ ଥିଲେ। ସେ ଶନିବାର ହସ୍ପିଟାଲର ଶଯ୍ୟାରେ ବିଶ୍ରାମ କରୁଥିବା ବାପାଙ୍କ ସହ ଫଟୋ ସେୟାର କରିଥିଲେ। ସୋଫିଆ କିଛି ଦିନ ତଳେ ତାଙ୍କ ବାପା ଏବଂ ଭାଇଙ୍କ ସହ ଏକ ଫଟୋ ସେୟାର କରିଥିଲେ।
ବିଶ୍ବବ୍ୟାପି ୧୬,୫୫୮ଜଣଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇସାରିଛି। ୩ଲକ୍ଷ ୭୮ହଜାର ୮୪୨ଜଣ ଏହି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ୧ଲକ୍ଷ ୨ହଜାର ରୋଗୀ ସୁସ୍ଥ ହୋଇ ସାରିଛନ୍ତି। ଭାରତରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି।
