ରଥଯାତ୍ରାରେ SOP ଉଲ୍ଲଂଘନ : କର୍ଡନ ଭିତରକୁ ବେଶ ବଦଳାଇ ପଶିଥିବା ୧୦ ଜଣଙ୍କ ନାଁରେ ମାମଲା ରୁଜୁ

Published By : Prameya-News7 Bureau | July 15, 2021 IST

ପୁରୀ ୧୫/୦୭ : ରଥ ଯାତ୍ରା ବେଳେ SOP ଉଲ୍ଲଂଘନ କରିଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନେଇଛି ଜିଲ୍ଲା ପ୍ରଶାସନ । ତଦନ୍ତ କରାଯାଇ ମୋଟ ୧୦ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । ରଥ ଯାତ୍ରା ବେଳେ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ପ୍ରୋଟୋକଲକୁ ଅମାନ୍ୟ କରି ରଥ କର୍ଡନ ମଧ୍ୟକୁ ପ୍ରବେଶ କରିଥିବାରୁ ୧୦ ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା ପୁରୀ ଏସ୍‌ପି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ରଥ ଯାତ୍ରାକୁ ସୁରକ୍ଷିତ ଏବଂ ସଂକ୍ରମଣ ମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିଲା । ଏ ନେଇ କଠୋର ଗାଇଡଲାଇନ୍‌ ମଧ୍ୟ ଜାରି କରାଯାଇଥିଲା । ସୁରକ୍ଷା ବ୍ୟବସ୍ଥାରେ ଯେଭଳି କୌଣସି ତ୍ରୁଟି ନହୁଏ ସେଥିପାଇଁ ଛାତ ଉପରେ ଛିଡା ହୋଇ ଦର୍ଶନ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଥିଲା । କିନ୍ତୁ ରଥ ଯାତ୍ରା ସମୟରେ କିଛି ଲଜ୍‌ ଏବଂ ଘର ବାଲକୋନୀରେ ଠିଆ ହୋଇ ଦର୍ଶନ କରୁଥିବା ଫଟୋ ଏବଂ ଭିଡିଓ ମଧ୍ୟ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ବିବାଦ ମଧ୍ୟ ଆରମ୍ଭ ହୋଇଥିଲା । ବର୍ତ୍ତମାନ ଏହାକୁ ଗୁରୁତର ସହ ନେଇଛି ପ୍ରଶାସନ । ଏହା ସହିତ ରଥ କର୍ଡନ ମଧ୍ୟରୁ ବେଫିକର ହୋଇ ପ୍ରବେଶ କରିଥିବା ଏବଂ ​‌ବେଶ ବଦଳାଇ ପ୍ରବେଶ କରିଥିବା ଅଭିଯୋରେ ୧୦ ଜଣଙ୍କ ନାଁରେ ଏତଲା ଦାୟର ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.