Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଆସନ୍ତା ୩ରେ ଖୋଲିବ ମା’ ସମଲେଶ୍ବରୀଙ୍କ ମନ୍ଦିର, ଜାରି ହେଲା ଏସଓପି

28/12/2020 at 10:34 AM

ସମ୍ବଲପୁର ୨୮।୧୨: ଧିରେ ଧିରେ ଖୋଲିବାରେ ଲାଗିଛି ରାଜ୍ୟର ବିଭିନ୍ନ ମନ୍ଦିର । ଆସନ୍ତା ଜାନୁଆରୀ ୩ ତାରିଖରେ ଖୋଲିବ ମା’ ସମଲେଶ୍ବରୀଙ୍କ ମନ୍ଦିର । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଏସଓପି ଜାରି କରାଯାଇଛି ।

ଏସଓପି ଅନୁଯାୟୀ ମନ୍ଦିର ଖୋଲିବାର ପ୍ରଥମ ୫ ଦିନ ସମ୍ବଲପୁରବାସୀ  ମା’ଙ୍କ ଦର୍ଶନ କରିବେ । ଏଥି ପାଇଁ ସେମାନଙ୍କୁ ଭୋଟର ଆଇଡି କିମ୍ବା ଆଧାର କାର୍ଡ ମଧ୍ୟରୁ ଯେକୌଣସି ପରିଚୟ ପତ୍ର ଦେଖାଇବାକୁ ପଡିବ ।

କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ଛୋଟ ଛୁଆ କିମ୍ବା ବୟସ୍କ ବ୍ୟକ୍ତିଙ୍କୁ ଦର୍ଶନର ଅନୁମତି ମିଳିବ ନାହିଁ । ଗାଇଡ୍ ଲାଇନ୍ ଅନୁଯାୟୀ ଅଲଗା ପ୍ରବେଶ ଓ ପ୍ରସ୍ଥାନ ଗେଟ୍ ରହିବ । ଯେଉଁ ଗେଟ୍ ରେ ଶ୍ରଦ୍ଧାଳୁ ପ୍ରବେଶ କରିବେ ସେହି ଗେଟ୍ ରେ ବାହାରକୁ ଆସିପାରିବେ ନାହିଁ । ଏଭଳି କଟକଣା ମଧ୍ୟରେ ମା’ଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ ।

   Related Posts