ଅଙ୍ଗନଓ୍ଵାଡ଼ି କେନ୍ଦ୍ର ପାଇଁ ଏସଓପି ଜାରି: ମାସକୁ ୨୫ ଦିନ, ସକାଳ ୯ଟାରୁ ୧୧ ଟା ପର୍ଯ୍ୟନ୍ତ ଖୋଲା ରହିବ

Published By : Prameya-News7 Bureau | January 30, 2021 IST

ଭୁବନେଶ୍ଵର ୩୦।୦୧: ଫେବୃଆରୀ ମାସ ପାଇଁ କେନ୍ଦ୍ର ସରକାରଙ୍କ ପରେ  ଶନିବାର ରାଜ୍ୟ ସରକାରଙ୍କ ପକ୍ଷରୁ  କରୋନା ଗାଇଡ୍ ଲାଇନ୍ ଜାରି କରାଯାଇଛି। । ନୂଆ ଗାଇଡ୍‌ଲାଇନ୍‌ ଅନୁସାରେ କଣ୍ଟେନମେଣ୍ଟ ଜୋନ ବାହାରେ ସମସ୍ତ କାର୍ଯ୍ୟକୁ ଅନୁମତି ଦିଆଯାଇଛି । ଫେବୃଆରୀ ୧ ରୁ ରାଜ୍ୟର ସମସ୍ତ ଅଙ୍ଗନଓ୍ଵାଡ଼ି କେନ୍ଦ୍ର କାର୍ଯ୍ୟକ୍ଷମ କରିବା ନେଇ ଅନୁମତି ଦିଆଯାଇଛି। ଅଙ୍କନଓ୍ଵାଡି କେନ୍ଦ୍ର ପରିଚାଳନା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଏସଓପି ଜାରି କରାଯାଇଛି। ମହିଳା ଓ ଶିଶୁ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କୁ ଏସଓପି ସମ୍ବଳିତ ଚିଠି ଦିଆଯାଇଛି।

ମାର୍ଗଦର୍ଶିକା ଅନୁଯାୟୀ, କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ସମସ୍ତ ଅଙ୍ଗନଓ୍ଵାଡି କେନ୍ଦ୍ର ଖୋଲିବାକୁ ଅନୁମତି ମିଳିଛି। ମାସରେ ୨୫ ଦିନ ଅଙ୍ଗନଓ୍ଵାଡି ସକାଳ ୯ଟାରୁ ୧୧ ଟା ପର୍ଯ୍ୟନ୍ତ ଖୋଲା ରହିବ। ଏହି ସମୟରେ ଅଙ୍ଗନଓ୍ଵାଡି କର୍ମୀ, କର୍ମଚାରୀ ଓ ପିଲାମାନଙ୍କ ଲାଗି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିଛି। କଣ୍ଟେନମେଣ୍ଟ ଜୋନ୍ ଭିତରେ ଥିବା ପିଲାଙ୍କ ଘରେ ରନ୍ଧା ଖାଦ୍ୟ ଓ ଅଣ୍ଡା ପହଞ୍ଚାଯିବ। ଏଥିସହ ଗର୍ଭବତୀ ମହିଳାଙ୍କ ଘରେ ମଧ୍ୟ ରନ୍ଧା ଖାଦ୍ୟ ଦିଆଯିବ। ୬୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଅଙ୍ଗନଓ୍ଵାଡି ପରିସରକୁ ଆସିବାକୁ ବାରଣ କରାଯାଇଛି।

{"id":401278,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ, କଣ୍ଟେନମେଣ୍ଟ ଜୋନ୍ ବାହାରେ ସମସ୍ତ କାର୍ଯ୍ୟକୁ ମିଳିଛି ଅନୁମତି। ସ୍ଥିତି ଦେଖି କଣ୍ଟେନମେଣ୍ଟ ଜୋନ୍ ସ୍ଥିର କରିବ ଜିଲ୍ଲା ପ୍ରଶାସନ । ଏଣିକି ସାମାଜିକ, ସାଂସ୍କୃତିକ, ରାଜନୈତିକ, ଖେଳ, ଶୈକ୍ଷିକ କାର୍ଯ୍ୟକ୍ରମରେ ସର୍ବାଧିକ ୫୦୦ଲୋକ ସାମିଲ ହୋଇପାରିବେ । ସେହିଭଳି ବିବାହ ଓ ଅନ୍ତେଷ୍ଟି କ୍ରିୟାରେ ମଧ୍ୟ ସାମିଲ ହୋଇପାରିବେ ସର୍ବାଧିକ ୫୦୦ଜଣ । କାର୍ଯ୍ୟକ୍ରମ ହେଉଥିବା ହଲ କ୍ଷମତାର ୫୦ ପ୍ରତିଶତ ଲୋକଙ୍କୁ ସାମିଲ ଲାଗି ଅନୁମତି ଦିଆଯାଇଛି  ।  ବାଣିଜ୍ୟିକ ମେଳାରେ କ୍ଷମତାର ୫୦ ପ୍ରତିଶତ ଲୋକ କୋଭିଡ୍ ପ୍ରୋଟୋକଲ୍ ମାନି ଯାଇପାରିବେ । କୋଭିଡ୍ ଗାଇଡ୍‌ଲାଇନ୍‌ ମାନି ବିଦ୍ୟାଳୟ ଓ କଲେଜରେ ପାଠପଢ଼ା ହେବ। ଉଭୟ ଅନଲାଇନ୍ ଓ ଦୂର ଶିକ୍ଷାକୁ ପ୍ରୋତ୍ସାହନ ଦିଆଯିବ । ପ୍ରାଥମିକ ସ୍କୁଲ ଖୋଲିବା ନେଇ ଏସଓପି ପ୍ରସ୍ତୁତ କରିବାକୁ ପରାମର୍ଶ ଦିଆଯାଇଛି ।  ତେବ ଏ ସମସ୍ତ କ୍ଷେତ୍ରରେ ସାମାଜିକ ଦୂରତା, ସାନିଟାଇଜର ବ୍ୟବହାରକୁ ଗୁରୁତ୍ବ ଦିଆଯାଇଛି ।

ଫେବ୍ରୁଆରୀ ୧ ରୁ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର କାର୍ଯ୍ୟକ୍ଷମ କରିବା ନେଇ ଦିଆଯାଇଛି ଅନୁମତି। ଧର୍ମାନୁଷ୍ଠାନ ଖୋଲିବା ନେଇ ନିଷ୍ପତ୍ତି ନେବ ସ୍ଥାନୀୟ ପ୍ରଶାସନ। ଏସଓପି ଅନୁସାରେ ଚାଲିବ ପ୍ରେକ୍ଷାଳୟ । ମୁକ୍ତାକାଶ ରଙ୍ଗମଞ୍ଚ, ଯାତ୍ରା ଆଦି ନେଇ ସ୍ଥାନୀୟ କର୍ତ୍ତୃପକ୍ଷ ଅନୁମତି ଦେବେ । ସବୁଠି କୋଭିଡ୍ ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ପାଳନ କରିବାକୁ ଦିଆଯାଇଛି ନିର୍ଦେଶ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.