Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅନର କିଲିଂ ରୋକିବାକୁ ଗୃହ ବିଭାଗ ଜାରି କଲା ନୂତନ ନିର୍ଦେଶନାମା

30/08/2018 at 1:28 AM

ଭୁବନେଶ୍ୱର ୩୦/୮ : ଅନର କିଲିଂ ରୋକିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ | ସେଥିପାଇଁ ଗୃହ ମନ୍ତ୍ରାଳୟ ଆଜି ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ ପ୍ରୋସିଡିୟର ବା ଏସଓପି ଜାରି କରିଛି | ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଏହି ନିର୍ଦେଶନାମା କରିଛନ୍ତି | ସମସ୍ତ କଙ୍ଗାରୁ କୋର୍ଟ, ଖାପ ପଂଚାୟତ ପ୍ରବଣ ଅଂଚଳରେ ସିସିଟିଭି ଲଗାଇ ଭିଡିଓ ସୁଟିଂ କରିବା ପାଇଁ ନିର୍ଦେଶ ଦିଆଯାଇଛି | ଏଥି ସହିତ ଅନର କିଲିଂ, କଙ୍ଗାରୁ କୋର୍ଟ ଓ ଖାପ ପଂଚାୟତ ସମ୍ପର୍କିତ ମାମଲାର ଶୁଣାଣି ୬ ମାସ ମଧ୍ୟରେ ଶେଷ କରିବ ପାଇଁ ମଧ୍ୟ ନିର୍ଦେଶନାମା ଜାରି କରାଯାଇଛି | ଏଭଳି ମାମଲାର ତଦନ୍ତ ଡିସିପି, ଏସପି କିମ୍ବା ଡ଼ିଏସପି ବା ଏହାର ଅଧିକାରୀ ତଦନ୍ତ କରିବେ ବୋଲି କୁହାଯାଇଛି | ଏ ସମ୍ପର୍କିତ ନିର୍ଦେଶନାମା ପୋଲିସ ମହାନିର୍ଦେଶକ, ସମସ୍ତ ଜିଲ୍ଲପାଳ, ସମସ୍ତ ଅରକ୍ଷା ଅଧିକ୍ଷକଙ୍କ ନିକଟକୁ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ପଠାଇଛନ୍ତି | ଏହା ଦ୍ୱାରା ଅନର କିଲିଂ ଭଳି ଜଘନ୍ୟ ଘଟଣା ହ୍ରାସ ପାଇବା ବୋଲି ଆଶା କରାଯାଉଛି |

   Related Posts