ବସ୍ ଚଳାଚଳ ନେଇ ଖୁବଶୀଘ୍ର ଜାରି କରାଯାଇପାରେ SOP : ପରିବହନ ମନ୍ତ୍ରୀ

Published By : Prameya-News7 Bureau | April 10, 2021 IST

ଭୁବନେଶ୍ବର ୧୦।୪: ବସ୍ ଚଳାଚଳ ନେଇ ଖୁବଶୀଘ୍ର SOP ଜାରି କରାଯାଇ ପାରେ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ସେ କହିଛନ୍ତି ଛତିଶଗଡରେ ବ୍ୟାପକ କରୋନା ସଂକ୍ରମଣକୁ ଦେଖି ବସ୍ ଚଳାଚଳ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।  ସ୍ବତନ୍ତ୍ର ରିଲିଫ୍ କମିଶନର ଏ ନେଇ ଚିଠି ଲେଖିଛନ୍ତି ।  ଏହା ଉପରେ ତର୍ଜମା କରି ନିଷ୍ପତ୍ତି ନିଆଯିବ । ବିଭାଗ ପକ୍ଷରୁ ଖୁବଶୀଘ୍ର SOP ଜାରି କରାଯାଇପାରେ ବୋଲି ମନ୍ତ୍ରୀ କହିଛନ୍ତି । ବର୍ଡର ଚେକିଂ ପଏଣ୍ଟରେ ଆରିଟିଓମାନେ ଚେକିଂ କରିବେ । ଯାହା ଗାଇଡ୍ ଲାଇନ୍ ରହିଛି ତାକୁ ଆଧାର କରି ଚେକିଂ କରାଯିବ ।

ବଢ଼ୁଥିବା କରୋନା ସଂକ୍ରମଣ ଭିତରେ ସାଧାରଣ ବସରେ ଯାତାୟାତ କରୁଥିବା ଯାତ୍ରୀମାନଙ୍କ ସୁରକ୍ଷା ପାଇଁ କଣ କଟକଣା ଜାରି କରାଯିବ ସେ ନେଇ ଆଲୋଚନା କରୁଛୁ । ଖୁବଶୀଘ୍ର ଏ ନେଇ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.