ବାଲେଶ୍ବର୧୨/୬: ସ୍କୁଟି ଚୋରି କରି ଛେଚା ଖାଇଲେ ଯୁବକ। ବାଲେଶ୍ବରରୁ ଏକ ସ୍କୁଟି ଚୋରି କରି ନେଇ ପଳାଇ ଆସୁଥିବା ଜଣେ ଚୋରକୁ ଗ୍ରାମବାସୀ ଧରିବା ସହ ଉତ୍ତମ ମଧ୍ୟମ ଦେଇ ପୋଲିସ୍ ଜିମା ଦେଇଥିବା ଜଣାପଡିଛି । ସୁଚନା ଅନୁସାରେ ବାଲେଶ୍ବର ଜିଲ୍ଲା ରେମୁଣା ଅଞ୍ଚଳର କମଳା କାନ୍ତ ଦାସ ରାସ୍ତାରେ ସ୍କୁଟି ଛିଡା କରି କିଛି କାମ କରୁଥିବା ବେଳେ ଚୋର ଜଣକ ସ୍କୁଟିକୁ ଚୋରି କରି ୨୫ କି.ମି. ଦୂର ବାହାନଗା ବ୍ଲକ୍ ଷଠି ଗ୍ରାମକୁ ପଳାଇ ଆସିଥିଲା । ଗତ ବିଳମ୍ବିତ ରାତିରେ ଲୋକମାନେ ଚୋରଟିକୁ ଧରି ଉତ୍ତମ ମଧ୍ୟମ ଦେବା ସହ ପୋଲିସର ଜିମା ଦେବା ପରେ ଖନ୍ତାପଡା ପୋଲିସ ତଦନ୍ତ ଆରମ୍ଭ କରିଛି ।
ଦ୍ବିତୀୟ ପର୍ଯ୍ୟାୟରେ ୨୪ ହେଭିଓ୍ବେଟ୍ ; ରାହୁଲ, ଥରୁର...