ଦିପାବଳୀରେ ପରଦାକୁ ଆସୁଛି ଅକ୍ଷୟ କୁମାର ଓ କ୍ୟାଟ୍ରିନାଙ୍କ ଫିଲ୍ମ ସୂର୍ଯ୍ୟବଂଶୀ : ରିଲିଜ୍ ଡେଟ୍ ଘୋଷଣା କଲେ ଫିଲ୍ମ ନିର୍ମାତା ରୋହିତ୍ ଶେଟ୍ଟୀ

Published By : Prameya-News7 Bureau | September 26, 2021 IST

ମୁମ୍ବାଇ ୨୬/୦୯: ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ୍‌ଙ୍କ  ଫିଲ୍ମ କୁ ଅପେକ୍ଷା କରିଥିବା ଦର୍ଶକଙ୍କ ପାଇଁ ଖୁସି ଖବର । ‘ସୂର୍ଯ୍ୟବଂଶୀ’ର ରିଲିଜ୍‌ ଡେଟ୍‌ ଘୋଷଣା ହୋଇଯାଇଛି। ଲମ୍ବା ସମୟରୁ ରିଲିଜ୍‌ ଅପେକ୍ଷାରେ ଥିବା ରୋହିତ ସେଟ୍ଟିଙ୍କ ଏହି ଫିଲ୍ମ ଚଳିତବର୍ଷ ଦୀପାବଳି ଅବସରରେ ରିଲିଜ୍‌ ହେବ କୁହାଯାଇଛି। ଡାଇରେକ୍ଟର ରୋହିତ ସେଟ୍ଟି ନିଜେ ଏ ନେଇ ନିଜେ ସୂଚନା ଦେଇଛନ୍ତି।

ମହାମାରୀ କରୋନାର ମାମଲା ହ୍ରାସ ପାଇବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିକଟରେ ଘୋଷଣା କରିଥିଲେ କି, ରାଜ୍ୟରେ ସିନେମାଘର ୨୨ ଅକ୍ଟୋବରରୁ ଖୋଲିବ। ଏହି ମଉକାରେ ରୋହିତ ସେଟ୍ଟି ନିଜ ଫିଲ୍ମ ସୂର୍ଯ୍ୟବଂଶୀକୁ ଦୀପାବଳିରେ ରିଲିଜ୍‌ କରିବାକୁ ଘୋଷଣା କରିଛନ୍ତି। ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିଥିବାର ଏକ ଫଟୋ ମଧ୍ୟ ଇନ୍‌ଷ୍ଟା ଆକାଉଣ୍ଟରେ ସେୟାର କରିଛନ୍ତି।

wp:html
/wp:html

ପୋଷ୍ଟ ସହିତ ଡାଇରେକ୍ଟର କ୍ୟାପସନ ଲେଖିଛନ୍ତି। ସେ ଲେଖିଛନ୍ତି କି, ‘ଆମ ସିଏମ୍‌ ମାନନୀୟ ଉଦ୍ଧବ ଠାକରେଙ୍କୁ ଧନ୍ୟବାଦ। ମହାରାଷ୍ଟ୍ର ଥିଏଟର୍ସ ୨୨ ଅକ୍ଟୋବରରୁ ଖୋଲୁଛି ଏବଂ ଶେଷରେ ଆମେ କହି ପାରିବା କି, ଏଥର ଦୀପାବଳିରେ ପୋଲିସ ଆସୁଛି…’। ରୋହିତଙ୍କ ଏହି ପୋଷ୍ଟ ଉପରେ ସେଲିବ୍ରିଟିମାନେ ଖୁବ୍‌ କମେଣ୍ଟ କରିଛନ୍ତି।

wp:html
/wp:html

ଏହା ସହ ଅକ୍ଷୟ କୁମାର ମଧ୍ୟ  ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ତାଙ୍କ ପ୍ରଶଂସକମାନଙ୍କୁ 'ସୂର୍ଯ୍ୟବଂଶୀ'ର ନୂଆ ରିଲିଜ୍ ତାରିଖ ବିଷୟରେ ଜଣାଇଥିଲେ। ସେ ଲେଖିଛନ୍ତି, "ଏତେ ସଂଖ୍ୟକ ପରିବାର ଆଜି ଶ୍ରୀ ଉଦ୍ଧବ ଠାକରେଙ୍କୁ ଧନ୍ୟବାଦ ଦେବେ! ଅକ୍ଟୋବର ୨୨ ରୁ ମହାରାଷ୍ଟ୍ରରେ ସିନେମା ହଲ ଖୋଲିବାକୁ ଅନୁମତି ଦେଇଥିବାରୁ ମୁଁ କୃତଜ୍ଞ। ଟ୍ୱିଟରରେ ବିକାଶକୁ ନିଶ୍ଚିତ କରିଛି । ସେ ମାଇକ୍ରୋ ବ୍ଲଗିଂ ସାଇଟରେ ଲେଖିଛନ୍ତି, "ଏହା ଅଫିସିଆଲ୍ ... 'ସୂର୍ଯ୍ୟବଂଶୀ* ସିନେମା * ପୁନର୍ବାର ବିଗ୍ ସ୍କ୍ରିନରେ ଚଳଚ୍ଚିତ୍ର ଦେଖିବାର ସମୟ ଆସିଛି।

wp:html
/wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.