ରିଲିଜ୍ ହେଉ ହେଉ ଧମାକା କଲା 'ସୂର୍ଯ୍ୟବଂଶୀ', ଭାଙ୍ଗିଲା ସମସ୍ତ ରେକର୍ଡ, ଆଡଭାନ୍ସ ବୁକିଂରୁ ରୋଜଗାର କଲା ଏତେ କୋଟି

Published By : Prameya-News7 Bureau | November 05, 2021 IST

ନୂଆଦିଲ୍ଲୀ ୦୫/୧୧: ବଲିଉଡ ଷ୍ଟାର ଅକ୍ଷୟ କୁମାର ଏବଂ କ୍ୟାଟ୍ରିନା କୈଫଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ସୂର୍ଯ୍ୟାବଂଶୀ' ରିଲିଜ୍ ହୋଇଛି। ଲୋକମାନେ ଏହି ଫିଲ୍ମକୁ ଗତ ୨ ବର୍ଷରୁ ଅପେକ୍ଷା କରି ରହିଥିଲେ। ସେଥିପାଇଁ ଏହି ଫିଲ୍ମର ଜଲୱା ପ୍ରଥମ ଦିନରୁ ଦେଖାଯାଇଛି। ଏହି ଫିଲ୍ମରେ ରୋହିତ ଶେଟ୍ଟୀ ଏବଂ ଅକ୍ଷୟ କୁମାର ପ୍ରଥମ ଥର ପାଇଁ ଏକାଠି ନଜର ଆସିଛନ୍ତି। ଏହି ଯୋଡି ବର୍ତ୍ତମାନ ଲୋକଙ୍କ ମନରେ ଉତ୍ସାହ ସୃଷ୍ଟି କରିଛି। ଏହା ଭଲ ରୋଜଗାର କରିବ ବୋଲି ଆଶା କରାଯାଉଛି।

'ସୂର୍ଯ୍ୟାବଂଶୀ' ବକ୍ସ ଅଫିସରେ ନିଜର ଶକ୍ତି ପ୍ରଦର୍ଶନ କରିବା ଆରମ୍ଭ କରି ଦେଇଛ। ରିଲିଜ୍ ଦିନ ପୂର୍ବରୁ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଥିଲା। ଯାହା ସମସ୍ତ ରେକର୍ଡ ଭାଙ୍ଗିଛି।  ଆଡଭାନ୍ସ ବୁକିଂ ମାଧ୍ୟମରେ ଏହି ଫିଲ୍ମ ୨ କୋଟି ଟଙ୍କା ରୋଜଗାର କରିଛି। ଏହି ଆଡଭାନ୍ସ ବୁକିଂର ରୋଜଗାରକୁ ଦେଖିଲେ ଲାଗୁଛି ଯେ ଏହି ଫିଲ୍ମ ସହିତ ପ୍ରେକ୍ଷାଳୟର ଶୂନ୍ୟତା ଦୂର ହେବାକୁ ଯାଉଛି। କାରଣ ଏହି ରୋଜଗାରରୁ ଅନୁମାନ କରାଯାଇପାରେ ଯେ ଏହି ଫିଲ୍ମଟି ସହଜରେ ୧୦୦ କୋଟି ଅତିକ୍ରମ କରିବ।

ଲୋକମାନେ ଅକ୍ଷୟ କୁମାରଙ୍କୁ କପ ଷ୍ଟାର ଭାବରେ ଦେଖିବାକୁ ବହୁତ ପସନ୍ଦ କରନ୍ତି। ଏହି ଫିଲ୍ମରେ ଅଜୟ ଦେବଗନ୍ ଏବଂ ରଣଭୀର ସିଂଙ୍କ କେମିୟୋ ପ୍ରଶଂସକଙ୍କ ପାଇଁ ସ୍ୱତନ୍ତ୍ର ଦେଖାଯାଉଛି। ଏହି ଫିଲ୍ମରେ ଅକ୍ଷୟ କୁମାର ଏବଂ କ୍ୟାଟ୍ରିନା କୈଫଙ୍କ ଜବରଦସ୍ତ କେମେଷ୍ଟ୍ରୀ ଦେଖିବାକୁ ମିଳୁଛି। ଏହି ଉଭୟ କଳାକାର ଅନେକ ବର୍ଷେ ପରେ ଏକାଠି ଫେରିଛନ୍ତି, ଯେଉଁଥିପାଇଁ ଦର୍ଶକ ମଧ୍ୟ ଉତ୍ସାହିତ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.