Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

‘ସୂର୍ଯ୍ୟବଂଶୀ’ର ପ୍ରଥମ ଗୀତ ‘Aila Re Aillaa’ ହେଲା ରିଲିଜ୍, ଦୀପାବଳିରେ କରିବ ଧମାଲ୍…

21/10/2021 at 3:07 PM

ମୁମ୍ବାଇ ୨୧।୧୦ :  ନଭେମ୍ବର ୫ରେ ରିଲିଜ୍ ହେବାକୁ ଯାଉଛି ରୋହିତ ଶେଟ୍ଟୀଙ୍କ ଅପକମିଂ ଫିଲ୍ମ  ‘ସୂର୍ଯ୍ୟବଂଶୀ’ । ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ୍‌ଙ୍କ ଯୋଡିକୁ ଦେଖିବାକୁ ଦର୍ଶକେ ବହୁତ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏହି ଫିଲ୍ମରେ ଅଜୟ ଦେବଗନ ଓ ରଣବୀର ସିଂହ ଗେଷ୍ଟ୍ କଳାକାର ଭାବେ ନଜର ଆସିବେ। ଏହି ଫିଲ୍ମର ପ୍ରଥମ ଗୀତ ‘ଆଇଲା ରେ ଆଇଲା’ ଆଜି ରିଲିଜ୍ ହୋଇଛି ।

ଅକ୍ଷୟ କୁମାର ଇନଷ୍ଟାଗ୍ରାମରେ ଏହି ଗୀତର ଟିଜର ସେୟାର୍ କରିଛନ୍ତି। ଏହି ଟିଜରରୁ ଜଣାପଡୁଛି ଗୀତଟି ନିଶ୍ଚିତ ମଜାଦାର ହୋଇଥିବ। ଏହି ଟିଜରରେ ଅକ୍ଷୟ କୁମାର, ଅଜୟ ଦେବଗନ୍ ଓ ରଣବୀର ସିଂହ ନଜର ଆସିଛନ୍ତି। ଏହି ତିନି ଅଭିନେତା ଗୀତରେ ପୂରା ଆଗ୍ରେସିଭ୍ ମୁଡ୍‌ରେ ଥିବାର ଜଣାପଡିଛି। ତେବେ ଅକ୍ଷୟ କୁମାର ଏହି ଟିଜର୍‌ ସେୟାର କରି ଲେଖିଛନ୍ତି ଯେ ‘ଏହି ଦୀପାବଳି ସୂର୍ଯ୍ୟବଂଶୀ ସହିତ ପ୍ରେକ୍ଷାଳୟକୁ ଫେରିବ। ନଭେମ୍ବର ୫ରେ ରିଲିଜ ହେବ। ସେଲିବ୍ରେସନ୍‌ ପାଇଁ ଏ ହେଉଛି ଏକ ଟିଜର୍।

ଏହି ଫିଲ୍ମରେ କ୍ୟାଟ୍ରୀନା କୈଫ୍‌ଙ୍କର ମଧ୍ୟ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିବ। ପୂର୍ବରୁ ଅକ୍ଷୟ କୁମାର ଓ କ୍ୟାଟ୍ରୀନାଙ୍କ ଯୋଡି ଅନେକ ସୁପରହିଟ୍ ସିନେମା ଦେଇଛନ୍ତି। ଏହି ଯୋଡିକୁ ଦର୍ଶକେ ମଧ୍ୟ ଖୁବ ପସନ୍ଦ କରନ୍ତି। ତେବେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଏହି ଯୋଡି ପରଦାରେ ଧମାଲ କରିବାକୁ ଫେରୁଛନ୍ତି।

   Related Posts