ମୁମ୍ବାଇ ୧୫/୧୧: ଫିଲ୍ମ 'ସୂର୍ଯ୍ୟବଂଶୀ'କୁ ରବିବାର ଛୁଟିର ଜବରଦସ୍ତ ଫାଇଦା ମିଳିଛି। ରବିବାରର ସଂଗ୍ରହ ସହିତ 'ସୂର୍ଯ୍ୟବଂଶୀ' ୧୫୦ କୋଟି ଅତିକ୍ରମ କରିଛି । ଫିଲ୍ମ ରିଲିଜ ହେବାର ୧୦ ଦିନ ବିତିଗଲାଣି କିନ୍ତୁ ଏହାର ଗତି ଏପର୍ଯ୍ୟନ୍ତ କମି ନାହିଁ।
ଏହି ଫିଲ୍ମ ଶନିବାର ଦିନ ୧୦.୩୫ କୋଟି ଟଙ୍କା ବ୍ୟବସାୟ କରିଥିଲା। ଏହିପରି, ନଅ ଦିନରେ ୧୩୭.୮୪ କୋଟି ସଂଗ୍ରହ କରାଯାଇଥିଲା। ବକ୍ସ ଅଫିସ୍ ଇଣ୍ଡିଆ ୱେବସାଇଟ୍ ଅନୁଯାୟୀ ରବିବାର ଦିନ ଫିଲ୍ମର ଆୟ ୪୦ ପ୍ରତିଶତ ବୃଦ୍ଧି ପାଇ ୧୪ କୋଟି ସଂଗ୍ରହ କରିଛି। ଏହିପରି, ୧୦ ଦିନ ମଧ୍ୟରେ 'ସୂର୍ଯ୍ୟବଂଶୀ'ର ମୋଟ ସଂଗ୍ରହ ପ୍ରାୟ ୧୫୧ ରୁ ୧୫୨ କୋଟି ହୋଇଛି।
ଏହି ଫିଲ୍ମଟି ଗୁଜୁରାଟରେ ସର୍ବୋତ୍ତମ ପ୍ରତିକ୍ରିୟା ପାଇ ୩.୫୦ କୋଟି ରୋଜଗାର କରିଥିଲା। ରବିବାରର ସଂଗ୍ରହ ଫିଲ୍ମର ୨୦୦ କୋଟି କ୍ଲବରେ ଯୋଗଦେବା ଆଶା ବଢାଇ ଦେଇଛି। ଏବେ ଏହା ଦେଖିବାକୁ ପଡ଼ିବ ଯେ 'ସୂର୍ଯ୍ୟବଂଶୀ' ୨୦୦ କୋଟି କ୍ଲବରେ ସାମିଲ ହେଉଛି କି ନାହିଁ।