ଫିଲ୍ମ 'ସୂର୍ଯ୍ୟବଂଶୀ' ଓ '୮୩'ର ପ୍ରଯୋଜକ ତଥା ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଗୃପର ସିଇଓ ଶିବାଶିଷ ସରକାର କରୋନା ପଜିଟିଭ

Published By : Prameya-News7 Bureau | June 01, 2020 IST

ମୁମ୍ବାଇ ୦୧/୦୬ : ମୋରାନି ପରିବାର, କିରଣ କୁମାର, କନିକା କପୁରଙ୍କ ଭଳି ସେଲିବ୍ରିଟି କରୋନାର ଶିକାର ହୋଇ ସାରିଛନ୍ତି | ଲଗାତାର ବଲିଉଡ ସେଲିବ୍ରିଟି କରୋନାର ଶିକାର ହେଉଛନ୍ତି | ବର୍ତ୍ତମାନ ଫିଲ୍ମ 'ସୂର୍ଯ୍ୟବଂଶୀ' ଓ '୮୩'ର ପ୍ରଯୋଜକ ତଥା ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଗୃପର ସିଇଓ ଶିବାଶିଷ ସରକାର କରୋନାରେ ସଂକ୍ରମିତ ହୋଇଛନ୍ତି | ଶିବାଶିଷଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି | ତାଙ୍କୁ ମୁମ୍ବାଇ କୋକିଲାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି |

{"id":279909,"width":588,"height":338,"sizeSlug":"large"}


ନ୍ୟୁଜ ଏଜେନ୍ସି ପିଟିଆଇ ଖବର ଅନୁଯାୟୀ, ଶିବାଶିଷଙ୍କୁ ଜ୍ୱର ହେଉଥିଲା | ସେଥିପାଇଁ ତାଙ୍କର କରୋନା ଯାଞ୍ଚ କରାଯାଇଥିଲା | ଯାଞ୍ଚ ରିପୋର୍ଟ ପଜିଟିଭ ଆସିବା ପରେ ଶନିବାର ଦିନ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ତେବେ ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଥିବା ଡାକ୍ତର କହିଛନ୍ତି | ଗତ ଗୁରୁବାର ଦିନ ଶିବାଶିଷ ଏକ ୱେବମିନାର ଆଟେଣ୍ଡ କରିଥିଲେ | ଉଭୟ ସୂର୍ଯ୍ୟବଂଶୀ ଓ ୮୩ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ ହେବନାହିଁ ବୋଲି ସେ କହିଥିଲେ | ଲକ ଡାଉନ ପରେ ଉଭୟ ଫିଲ୍ମ ରିଲିଜ ହେବ ବୋଲି ସେ କହିଥିଲେ |

{"id":279910,"sizeSlug":"large"}


ସେଲିବ୍ରିଟିଙ୍କ ଛାଡ ବୋନି କପୁର ଓ କରଣ ଜୋହରଙ୍କ ଷ୍ଟାଫ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି | ଏହାପରେ ଉଭୟଙ୍କ ଘର ସାନିଟାଇଜ କରାଯାଇଥିଲା | ଏହାସହ ପରିବାର ସଦସ୍ୟଙ୍କର ମଧ୍ୟ କରୋନା ପରୀକ୍ଷା କରାଯାଇଥିଲା | ତେବେ ଉଭୟ ସେଲିବ୍ରିଟିଙ୍କ ଘରର ସମସ୍ତ ସଦସ୍ୟଙ୍କ ରିପୋର୍ଟ ନେଗେଟିଭ ଆସିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.