Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ଆଇସିୟୁରେ ଅଭିନେତା ସୁରଜ ଥାପର, ଗୋଆ ଯିବା ପଡିଲା ଭାରି

8/05/2021 at 6:00 PM

ମୁମ୍ବାଇ ୦୮/୦୫: କୋଭିଡ ସଂକ୍ରମଣ ସମଗ୍ର ଦେଶରେ ଦ୍ରୁତ ଗତିରେ ବ୍ୟପିବାରେ ଲାଗିଛି। ବଲିଉଡ ଏବଂ ଟିଭି ଜଗତର ଅନେକ ଷ୍ଟାର ମଧ୍ୟ ଏହାର ଶିକାର ହେଉଛନ୍ତି । ଏଭଳି ପରିସ୍ଥିତିରେ ଅଭିନେତା ସୁରଜ ଥାପର  ଆଇସିୟୁରେ ଆଡମିଟ୍ ହୋଇଛନ୍ତି । ଯଦିଓ କୋଭିଡ କିମ୍ବା ଅନ୍ୟ କିଛି କାରଣରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି, ତଥାପି ଏହା ବିଷୟରେ ସଠିକଭାବେ ଜଣାପଡିନାହିଁ ।

ବାସ୍ତବରେ କୋଭିଡ୍ କାରଣରୁ ମୁମ୍ବାଇରେ ସୁଟିଂ ବନ୍ଦ ହୋଇଯାଇଛି, ସୁରଜ ଥାପର ଏକ ଟିଭି ସୋର ସୁଟିଂ ପାଇଁ ମୁମ୍ବାଇରୁ ଗୋଆ ଯାଇଥିଲେ । ସୁରଜ ଥାପର ଗୋଆରୁ ମୁମ୍ବାଇ ଫେରିଥିବା ବେଳେ ହଠାତ୍ ତାଙ୍କ  ସ୍ୱାସ୍ଥ୍ୟ  ଅବସ୍ଥା ବିଗିଡି ଯାଇଥିଲା ଏବଂ ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତିୀ କରାଯାଇଛି।

ସୁରଜ ଥାପରଙ୍କ ଭଉଣୀ ବନିତା ଥାପର କହିଛନ୍ତି ଯେ ସୁରଜଙ୍କ କୋଭିଡ ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ । ଏଥି ସହିତ, ବନିତା ଆହୁରି ମଧ୍ୟ କହିଛନ୍ତି ଯେ ମୁମ୍ବାଇ ଆସିବା ମାତ୍ରେ ସୁରଜଙ୍କର ଜ୍ୱର ଅଧିକ ଥିଲା ଏବଂ ଅମ୍ଳଜାନ ସ୍ତର ମଧ୍ୟ କମିବାରେ ଲାଗିଥିଲା, ଯାହା ପରେ ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇଛି। ବନିତାଙ୍କ କହିବାନୁସାରେ, ସୁରଜ ଲୀଳାବତୀରେ ଭର୍ତ୍ତି ହେବାକୁ ଚାହୁଁନଥିଲେ, ତେଣୁ ତାଙ୍କୁ  ମାଲାଡର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

   Related Posts