ପାକିସ୍ତାନରୁ ଆସିଲା ମେସେଜ, ଅତିଶୀଘ୍ର ମୋଦିଙ୍କ ଉପରେ ହେବ ଆକ୍ରମଣ ! ଗୁଇନ୍ଦା ଏଜେନ୍ସିଙ୍କୁ ହାଇଆଲର୍ଟ ଜାରି...

Published By : Prameya-News7 Bureau | August 25, 2019 IST

ନୂଆଦିଲ୍ଲୀ୨୫|୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମାରିବା ପାଇଁ ପାକିସ୍ତାନରୁ ଧମକ ଆସିଛି। ଚାନ୍ଦିନୀ ଚୌକ୍‌ ଜିଲ୍ଲାର ବିଜେପିର ନେତା ତଥା ପୂର୍ବତନ ଉପାଧ୍ୟକ୍ଷ ରାଜନ ଧିମାନଙ୍କ ମୋବାଇଲ ହ୍ବାର୍ଟ୍ସଆପକୁ ମୋଦିଙ୍କୁ ମାରିବା ପାଇଁ ଅଜଣା ନମ୍ବରରୁ ମେସେଜ କରାଯାଇଛି। ପିଏମ ମୋଦିଙ୍କ ଉପରେ ଆକ୍ରମଣ ହେବ ବୋଲି ମେସେଜରେ ଲେଖାଯାଇଛି। ସରାୟ ରୋହିଲା ଥାନାରେ ଘଟଣା ସଂପର୍କରେ ରାଜନ ଜଣାଇଛନ୍ତି। ଏଥିସହ ଦିଲ୍ଲୀ ପୋଲିସ ସମେତ ଗୁଇନ୍ଦା ଏଜେନ୍ସିମାନେ ଘଟଣା ସଂପର୍କରେ ଯାଞ୍ଚ କରୁଛନ୍ତି।

ପୋଲିସ କହିବା ମୁତାବକ, ଭାଜପା ନେତା ରାଜନ ଧିମାନ ବୁଧବାର ଦିନ ଘରେ ଥିବା ସମୟରେ ତାଙ୍କ ମୋବାଇଲ ହ୍ବାର୍ଟ୍ସଆପକୁ ମେସେଜ ଆସିଥିଲା। ମୋବାଇଲକୁ ଆସିଥିବା ମେସେଜ ନ ଦେଖିବାରୁ ଅଜଣା ବ୍ୟକ୍ତି ତାଙ୍କୁ ହ୍ବାର୍ଟ୍ସଆପରେ ଅଡିଓ କଲ ମଧ୍ୟ କରିଥିଲା। ବ୍ୟସ୍ତ ଥିବାରୁ ବିଳମ୍ବରେ କଲ କରିବେ ବୋଲି ରାଜନ ସେହି ନମ୍ବରକୁ ସେ ମେସେଜ କରିଥିଲେ। ତାପରେ ଲଗାତାର ଭାବେ ରାଜନଙ୍କୁ ସେହି ନମ୍ବରରେ କଲ ସହ ମେସେଜ ଆସିଥିଲା। କିଛି ସମୟରେ ସେ ମେସେଜ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଭାରତ ଉପରେ ଆକ୍ରମଣ କରାଯିବ ବୋଲି ମେସେଜରେ ଉଲ୍ଲେଖ କରାଯାଇଥିଲା।

ମେସେଜ ପଠାଇଥିବା ବ୍ୟକ୍ତି ତାଙ୍କ ହ୍ବାର୍ଟ୍ସଆପ ଷ୍ଟାଟସରେ ପାକିସ୍ତାନ ନର୍ଦନ ଲାଇଫ ଇନଫାଣ୍ଟ୍ରି ଆର୍ମି ବୋଲି ଲେଖିଥିଲା।ଏହି ଘଟଣାକୁ ନେଇ ସବୁଆଡେ ଚର୍ଚ୍ଚା ଚାଲିଛି।



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.