ରାଜଧାନୀରେ ଖୁବଶୀଘ୍ର ପବ୍ଲିକ୍ ବାଇସାଇକେଲ୍ ସେୟାରିଂ ବ୍ୟବସ୍ଥା ଆରମ୍ଭ ହେବ

Published By : Prameya-News7 Bureau | November 13, 2018 IST

ଭୁବନେଶ୍ବର ୧୩|୧୧: ରାଜଧାନୀରେ ଗଡିବ ଅତ୍ୟାଧୁନିକ ବାଇସାଇକେଲ୍ । ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ ରାଜଧାନୀରେ ଖୁବଶୀଘ୍ର  ପବ୍ଲିକ୍ ବାଇସାଇକେଲ୍ ସେୟାରିଂ ବ୍ୟବସ୍ଥା ଆରମ୍ଭ ହେବ । ସହରକୁ ପ୍ରଦୂଷଣ ମୁକ୍ତ କରିବା ହେଉଛି ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ । ଏଣିକି ରାଜଧାନୀରେ ଭଡାରେ ମିଳିବ ସାଇକେଲ୍ । ଏହି ସାଇକେଲରେ ଜିପିଏସ୍ ବ୍ୟବସ୍ଥା ସହ ବଲୁଟୁଥ୍ ବି ରହିଛି । ଏହାର ଆଉ ଏକ ବିଶେଷତ୍ବ ହେଲା ମୋବାଇଲ୍ ଆପ୍ ଦ୍ବାରା ସାଇକେଲ୍ କେଉଁଠି ଅଛି ତାହା ମଧ୍ୟ ଜାଣିହେବଅନଲାଇନରେ ମଧ୍ୟ ସାଇକେଲ୍ ବୁକିଂ କରିହେବ । ଜନଗହଳିପୂର୍ଣ୍ଣ ଅଞ୍ଚଳରୁ ଆରମ୍ଭ କରି ଆବାସିକ ଅଞ୍ଚଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଏହା ରହିବ । ଯାହା ଦ୍ବାରା ଲୋକମାନେ ଘରୁ ବାହାରିଲେ ସୁବିଧାରେ ସାଇକେଲ୍ ବ୍ୟବହାର କରିପାରିବେ । ଏହା ଛଡା ବସ୍ କ୍ୟୁ ସେଲଟରରେ ବି ଭଡାରେ ମିଳିବ ସାଇକେଲ୍ । ଏହି ବ୍ୟବସ୍ଥାକୁ ସ୍ବାଗତ କରିଛନ୍ତି ଭୁବନେଶ୍ବର ବାସିନ୍ଦା । ତେବେ ରାଜଧାନୀକୁ ପ୍ରଦୂଷଣମୁକ୍ତ କରିବା ହେଉଛି ଯୋଜନାର ମୁ୍ଖ୍ୟ ଲକ୍ଷ୍ୟ । ଯେପରି କମ୍ ବୟସର ପିଲା, ସ୍କୁଲ ଛାତ୍ରଛାତ୍ରୀ ଏବଂ ଶାଢୀ ପିନ୍ଧିଥିବା ମହିଳାମାନେ ଚଲାଇପାରିବେ, ତାକୁ ଲକ୍ଷ୍ୟରେ ରଖି ଏହି ସାଇକେଲ୍ ତିଆରି କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଆସିଛି ୫ଶହ ସାଇକେଲ୍ ପର୍ଯ୍ୟାୟକ୍ରମେ ରାଜଧାନୀକୁ ଆସିବ ୨ହଜାର ସାଇକେଲ । ତେବେ ପଥ ଉତ୍ସବ ପାଇଁ ଆସିଥିବା ସାଇକେଲକୁ ଖୁବ ଶୀଘ୍ର ବ୍ୟବହାର କରାଯିବ ବୋଲି ମେୟର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.