ଛୋଟ ଶିଶୁ ମଧ୍ୟ ସୋନୁଙ୍କୁ ମାଗିଲେ ସାହାଯ୍ୟ : କହିଲେ, 'ମା'କୁ ଆଇ ପାଖକୁ ପଠାଇଦିଅ' ଜବାବରେ ସୋନୁ କହିଲେ...

Published By : Prameya-News7 Bureau | May 31, 2020 IST

ମୁମ୍ବାଇ ୩୧/୦୫ : ବଲିଉଡ ଅଭିନେତା ସୋନୁ ସୁଦ୍ ବର୍ତ୍ତମାନ ଜନତାଙ୍କ ହୃଦୟରେ ରାଜ କରୁଛନ୍ତି | ପ୍ରବାସୀ ଶ୍ରମିକଙ୍କୁ ସେ ଯେଉଁଭଳି ଭାବେ ସାହାଯ୍ୟ କରୁଛନ୍ତି ସେଥିପାଇଁ ତାଙ୍କୁ ସାରା ଦେଶ ପ୍ରଶଂସା କରୁଛି | ସୋସିଆଲ ମିଡ଼ିଆରେ ଏବେ ବାସ ସୋନୁଙ୍କ ଚର୍ଚ୍ଚା | ସେ ଲଗାତାର ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜ ଘରକୁ ଯିବାକୁ ସାହାଯ୍ୟ କରୁଛନ୍ତି | ସୋନୁଙ୍କ ପାଖକୁ ବର୍ତ୍ତମାନ ଲୋକଙ୍କ ଧନ୍ୟବାଦର ସୁଅ ଛୁଟୁଛି | କିଏ ଆଶୀର୍ବାଦ କରୁଛି ତ କିଏ ପ୍ରଶଂସା କରୁଛି, କିଏ ପୁଣି ନିଜ ଘରକୁ ଯିବାକୁ ଗୁହାରି କରୁଛି | ତେବେ ଏତେ ବ୍ୟସ୍ତତା ମଧ୍ୟରେ ସେ ସମସ୍ତଙ୍କୁ ଜବାବ ମଧ୍ୟ ଦେଉଛନ୍ତି | ଏହା ମଧ୍ୟରେ ଜଣେ ଛୋଟ ଶିଶୁ ମଧ୍ୟ ସୋନୁଙ୍କୁ ସାହାଯ୍ୟ ମାଗିଛି | ଶିଶୁଟି କହିଛି ତାଙ୍କ ମା'ଙ୍କୁ ନିଜ ଆଇ ପାଖକୁ ପଠାଇଦିଅ | ଶିଶୁର ଗୁହାରି ଶୁଣିବା କ୍ଷଣି ସୋନୁ ତାଙ୍କୁ ରିପ୍ଲାଏ କରିଥିଲେ |

ସୋନୁଙ୍କ ଏହି ପଦକ୍ଷେପକୁ ନେଇ ଶାସିଆଲ ମିଡ଼ିଆରେ ସମସ୍ତେ ଖୁବ ପ୍ରଭାବିତ | ନିକଟରେ ଜଣେ ଶିଶୁର ଭିଡିଓ ସୋନୁଙ୍କ ପାଖରେ ପହଞ୍ଚିଛି | ସେ ସୋନୁଙ୍କୁ ସାହାଯ୍ୟ ମାଗିଛନ୍ତି | ସେ ନିଜ ମା'ଙ୍କୁ ତାଙ୍କ ମା'ଙ୍କ ପାଖକୁ ପଠାଇବାକୁ ସୋନୁଙ୍କୁ ସାହାଯ୍ୟ ମାଗିଛନ୍ତି | ଟ୍ୱିଟ ପରେ ସୋନୁ ତୁରନ୍ତ ରିଟ୍ୱିଟ କରିଥିଲେ | ଏହି ଭିଡିଓ ଅନେକ ଲୋକ ସେୟାର ମଧ୍ୟ କରିଛନ୍ତି |

wp:core-embed/twitter {"url":"https://twitter.com/i/status/1266607648365072384","type":"rich","providerNameSlug":"twitter","className":""}
https://twitter.com/i/status/1266607648365072384
/wp:core-embed/twitter

ଶିଶୁଟି କହୁଛି, 'ସୋନୁ ଅଙ୍କଲ, ଆପଣ ଲୋକଙ୍କୁ ନିଜ ନିଜ ଘରକୁ ଯିବାକୁ ସାହାଯ୍ୟ କରୁଛନ୍ତି | ପାପ ପଚାରୁଛନ୍ତି, ଆପଣ ମୋ ମାକୁ ତାଙ୍କ ମା ଘରକୁ ପଠାଇ ପରିବେକି ?' ଭିଡିଓକୁ ରିଟ୍ୱିଟ କରି ସୋନୁ ଲେଖିଛନ୍ତି, 'ଏବେ ବହୁତ ଚ୍ୟାଲେଞ୍ଜିଙ୍ଗ କାମ | ମୁଁ ପୁରା ଚେଷ୍ଟା କରିବି |' ସୋସିଆଲ ମିଡ଼ିଆରେ ଲୋକେ ଏହି ଛୋଟ ଶିଶୁର ଭିଡିଓକୁ ବହୁତ ପସନ୍ଦ କରିଛନ୍ତି |

ସୋନୁ ସୁଦ ଏହି ଭଳି ସଙ୍କଟ ପରିସ୍ଥିତିରେ ହୃଦୟବାନ ବ୍ୟକ୍ତିତ୍ୱର ପରିଚୟ ଦେଇଛନ୍ତି | ସେ ଲଗାତାର ଲୋକଙ୍କୁ ସାହାଯ୍ୟ କରୁଛନ୍ତି | ଏବେ ଯାଏଁ ପାଖାପାଖି ୧୮ ହଜାର ଲୋକଙ୍କୁ ସେ ମୁମ୍ବାଇରୁ ବସ ଭଡା କରି ସେମାନଙ୍କ ଘରକୁ ପଠାଇ ସାରିଛନ୍ତି | ଏହାସହ କେରଳରେ ଫସି ରହିଥିବା ୧୬୯ ଓଡ଼ିଆ ଝିଅଙ୍କୁ ବିମାନ ଯୋଗେ ଓଡିଶାକୁ ମଧ୍ୟ ପଠାଇଛନ୍ତି | ସାରା ଦେଶରେ ବର୍ତ୍ତମାନ କେବଳ ତାଙ୍କର ଚର୍ଚ୍ଚା | କେବଳ ଏତିକି ନୁହେଁ ସେ ଲୋକଙ୍କୁ ରାସନ ମଧ୍ୟ ଯୋଗାଇ ଦେଉଛନ୍ତି | ସେ ନିଜେ ପଡିଆକୁ ଓହ୍ଲାଇ ବ୍ୟକ୍ତିଗତ ଭାବେ ଲୋକଙ୍କ ଅସୁବିଧା ବୁଝୁଛନ୍ତି ଏବଂ ସେମାନଙ୍କୁ ସୁରୁଖୁରୁରେ ପଠାଇ ଦେଉଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.