ସୋନି Vision-S ବିଦ୍ୟୁତ କାରର ରୋଡ ଟେଷ୍ଟିଂ ଆରମ୍ଭ : ଲାଗିଛି ୩୨ଟି ସେନସର, ରହିଛି ଆକର୍ଷଣୀୟ ଫିଚରର୍ସ

Published By : Prameya-News7 Bureau | January 11, 2021 IST

ନୂଆଦିଲ୍ଲୀ ୧୧/୦୧ : ସୋନି କର୍ପୋରେସନ୍‌ ଦ୍ବାରା ନିର୍ମାଣ ହୋଇଥିବା ବୈଦ୍ୟୁତିକ କାରର ରୋଡ ଟେଷ୍ଟିଂ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଅଷ୍ଟ୍ରିଆରେ ଏହି ଅତ୍ୟାଧୁନିକ କାରର ରୋଡ ଟେଷ୍ଟି ଜାରି ରହିଛି । ଗତ ବର୍ଷ ସୋନି କର୍ପୋରେସନ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ୟିତ କରି ବୈଦ୍ୟୁତିକ କାର ନିର୍ମାଣ କରିଥିଲା । ଯାହାର ନାଁ ରଖିଥିଲା Vision-S । ଜାପାନ ଟେକନୋଲୋଜି ଦ୍ବାରା ନିର୍ମିତ ଏହି ଅତ୍ୟାଧୁନିକ ବୈଦ୍ୟୁତିକ କାରରେ ରହିଛି ହାଇ-ଏଣ୍ଡ ଟେକନୋଲୋଜି, କ୍ୟାମେରା ସେନସର, ଏଣ୍ଟରଟେନମେଣ୍ଟ ସିଷ୍ଟମ୍ ଏବଂ ଆହୁରି ଅନେକ କିଛି ।

wp:gallery {"ids":[390653],"linkTo":"none"} /wp:gallery

ତେବେ ଅଡିଓ ଟେକନୋଲୋଜିକୁ ଉନ୍ନତଧରଣର କରିବା ପାଇଁ ଗତ ଜୁଲାଇ ୨୦୨୦ରେ ସୋନିର Vision-S ମଡେଲ ପ୍ରୋଟୋଟାଇପ୍‌କୁ ଟୋକିଓ ପଠାଯାଇଥିଲା । ଏହାକୁ ନିର୍ମାଣ କରିଥିବା AL ରୋବଟିକ୍‌ ଟିମ କହିଛନ୍ତି ଏହାର ରୋଡ ଟେଷ୍ଟିଂ ସଫଳତାର ସହ ଶେଷ ହୋଇଛି । ତେବେ କିଛି ସୁରକ୍ଷା ନିୟମ ଏବଂ ନିୟମାବଳୀକୁ ପରୀକ୍ଷା କରିବା ପରେ ଏହାର ବଜାର ପ୍ରବେଶ ହେବ ବୋଲି ସୋନି କହିଛି ।

wp:gallery {"ids":[390654],"linkTo":"none"} /wp:gallery

ସୋନିର ଏହି ଚାଳକବୀହିନ ବୈଦ୍ୟୁତିକ କାରରେ ପ୍ରାୟ ୩୩ଟି ସେନସର ଲାଗିଛି । ଏହି ସେନସରଗୁଡିକ ଏତେ ଶକ୍ତିଶାଳୀ ଯେ ବାହାରୁ ଏବଂ ଭିତରୁ ଅନ୍ୟଗାଡିଗୁଡିକର ଗତିବିଧି ଉପରେ ନଜର ରଖିପାରିବ । ଆସନ୍ତା ଜେନେରେସନ ପାଇଁ ଏହା ସମ୍ପୂର୍ଣ୍ଣ ନିରାପଦ ଏବଂ ଆକର୍ଷଣୀୟ ହେବ ବୋଲି ସୋନି ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ Vision-Sର ଆଉ କିଛି ଆନୁସଙ୍ଗିକ କାର୍ଯ୍ୟ ଜାରି ରହିଛି । ଖୁବଶୀଘ୍ର ଏହାର ବଜାର ପ୍ରବେଶ ହେବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.