Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ଟ୍ଵିଟରରେ ଶାହରୁଖ ଖାନ ଓ ଅକ୍ଷୟ କୁମାରଙ୍କୁ ପଛରେ ପକାଇଲେ ସୋନୁ ସୁଦ, ଜାଣିବା ପରେ ଚକିତ ହେଲେ ଅଭିନେତା

24/11/2020 at 5:20 PM

ମୁମ୍ବାଇ ୨୪।୧୧: ସୋନୁ ସୁଦ ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମଜୀବୀଙ୍କ ସହାୟତା କରିବା ପରେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ଏହି ମହାନ କାମ ପରେ ତାଙ୍କୁ ଗରିବଙ୍କ ବିପଦର ବନ୍ଧୁ ବୋଲି କହୁଛନ୍ତି। ସୋନୁ ସୁଦ ଲକ୍‌ଡାଉନ୍‌ ପରେ ଆଜି ପର୍ଯ୍ୟନ୍ତ ଲୋକଙ୍କୁ ସାହାଯ୍ୟ କରି ଚାଲିଛନ୍ତି। ତାଙ୍କୁ ଲୋକେ ସାମାଜିକ ଗଣମାଧ୍ୟମରେ ସାହାଯ୍ୟର ଗୁହାରି ଲଗାଉଛନ୍ତି। ସୋନୁ କେବଳ ଏହାର ଉତ୍ତର ଦେଉ ନାହାନ୍ତି ନାହିଁ ବରଂ ସାହାଯ୍ୟ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦିଅନ୍ତି ଏବଂ ପୂରଣ ମଧ୍ୟ କରୁଛନ୍ତି। ନିକଟରେ ମିଡିଆ ରିପୋର୍ଟ ଅନୁଯାୟୀ ସୋନୁ ସୁଦ ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହିବା କାରଣରୁ ଜବରଦସ୍ତ ଚର୍ଚ୍ଚାରେ ରହିଛନ୍ତି। ଏହି ମାମଲାରେ ସେ ଶାହରୁଖ ଖାନ ଓ ଅକ୍ଷୟ କୁମାରଙ୍କୁ ପଛରେ ପକାଇ ଦେଇଛନ୍ତି। ଯେବେ ଏହି ବିଷୟରେ ସୋନୁ ଜାଣିଲେ ସେ ନିଜେ ଚକିତ ହୋଇ ପଡିଥିଲେ।

ସାମାଜିକ ଗଣମାଧ୍ୟମ ଆନାଲିଟିକ୍ସ ଫର୍ମ ଟ୍ଵିଟର ଅନୁଯାୟୀ ସୋନୁ ସୁଦ ଅକ୍ଟୋବର ମାସରେ ମାଇକ୍ରୋ ବ୍ଲଗିଙ୍ଗ ସାଇଟ୍‌ରେ ଲୋକପ୍ରିୟ ମାମଲାରେ ଚତୁର୍ଥରେ ରହିଛନ୍ତି। ଏହି ସାଇଟ୍‌ ରାଜନୈତିଜ୍ଞ, ଉଦ୍ୟୋଗପତି ଓ ସିନେ ତାରକାଙ୍କ ଟ୍ଵିଟରର ଏନଗେଜମେଣ୍ଟର ତଥ୍ୟ ଏକତ୍ର  କରନ୍ତି। ଏହି ତାଲିକାରେ ସୋନୁ ସୁଦ ଚତୁର୍ଥ ନମ୍ବରରେ ରହି ଅକ୍ଷୟ କୁମାର ଓ ଶାହରୁଖ ଖାନଙ୍କୁ ପଛରେ ପକାଇ ଦେଇଛନ୍ତି। ଯେବେ ସେ ଏହି ବିଷୟରେ ଜାଣିଲେ, ସେ କହିଲେ- ମୋତେ ଏହି ବିଷୟରେ ଜଣା ନଥିଲା।

ସୋନୁ ସୁଦ କହିଛନ୍ତି, ମୋତେ ଲାଗୁଛି ସାମାଜିକ ଗଣମାଧ୍ୟମରେ ମୁଁ ସେହି ଲୋକଙ୍କ ସହ ଜଡିତ ରହୁଛି, ଯାହାଙ୍କ ମୋର ଆବଶ୍ୟକତା ରହିଛି। ଏହି ମାଧ୍ୟମକୁ ହିଁ ଏହି ପରି କାମରେ ବ୍ୟବହାର କରିବା ଉଚିତ୍। ପ୍ରଯୁକ୍ତିବିଦ୍ୟାରେ ସାଧାରଣ ଜନତା ଓ ସେଲିବ୍ରିଟିଙ୍କ ମଧ୍ୟରେ ଦୂରତା କମ ହେବା ଉଚିତ୍।

   Related Posts