Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ବନାରସର ୩୫୦ ନାବିକ ପରିବାରକୁ ରାସନ୍‌ ଯୋଗାଇବେ ସୋନୁ ସୁଦ୍‌: କହିଲେ-‘ଏବେ କେହି ଭୋକରେ ଶୋଇବେନି’

1/09/2020 at 6:13 PM

ମୁମ୍ବାଇ ୦୧/୦୯ : ବଲିଉଡ ଅଭିନେତା ସୋନୁ ସୁଦ ୩୫୦ ନାବିକ ଓ ସେମାନଙ୍କ ପରିବାରକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି | ସୋନୁ ଖୁବ ଶୀଘ୍ର ଏହି ନାବିକଙ୍କ ପରିବାର ବନାରସକୁ ରାସନ ସାମଗ୍ରୀ ପଠାଇବେ | ବନାରସରେ ଲକଡାଉନ ଓ ବନ୍ୟା ଯୋଗୁଁ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି | ଲୋକେ ଭୋକ ଉପାସରେ କାଳାତିପାତ କରୁଛନ୍ତି | ଭୋକ ଉପାସରେ ଦିନ କାଟୁଥିବା ୩୫୦ ନାବିକ ପରିବାରଙ୍କୁ ସାହାଯ୍ୟ କରିବାକୁ ସୋନୁ ଆଗେଇ ଆସିଛନ୍ତି | ଟ୍ୱିଟରରେ ବନାରସର ସାମାଜିକ କାର୍ଯ୍ୟକର୍ତ୍ତା ଦିବ୍ୟାଂଶୁ ସାହାଯ୍ୟ ମାଗିଥିଲେ | ତାଙ୍କ ଟ୍ୱିଟ ପରେ ସୋନୁ ସୁଦ ସାହାଯ୍ୟ କରିବାକୁ ଭରସା ଦେଇଥିଲେ | 

ସୋନୁ ସୁଦ ୩୫୦ ନାବିକ ପରିବାର ପାଇଁ ରାସନ ଯୋଗାଡ କରି ଖୁବ ଶୀଘ୍ର ବନାରସ ପହଞ୍ଚାଇବେ | ଏନେଇ ସେ ନିଜ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି | ସେ ଟ୍ୱିଟରରେ ଲେଖିଛନ୍ତି, ୩୫୦ ପରିବାରର କୌଣସି ସଦସ୍ୟ ଭୋକରେ ଶୋଇବେନି | ଦିବ୍ୟାଂଶୁ କହିଛନ୍ତି ସୋନୁ ସୁଦଙ୍କ ଟିମ ତରଫରୁ ତାଙ୍କ ପାଖକୁ ଫୋନ ଆସିଥିଲା | ଫୋନ ସେ ନାବିକଙ୍କ ପରିବାରର ତାଲିକା ମାଗିଥିଲେ |

   Related Posts