Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରତିଦିନ ୨୨ ଘଣ୍ଟା କାମ କରୁଛନ୍ତି ସୋନୁ ସୁଦ : ଦିନକୁ ଆଟେଣ୍ଡ୍‌ କରୁଛନ୍ତି ୫୦ ହଜାର ଫୋନ୍‌ କଲ, କରୁଛନ୍ତି ପାରୁ ପର୍ଯ୍ୟନ୍ତ ସାହାଯ୍ୟ

7/05/2021 at 5:10 PM

ନୂଆଦିଲ୍ଲୀ ୦୭/୦୫ : କରୋନା ମହାମାରୀ ସମୟରେ ବିପଦର ବନ୍ଧୁ ସାଜିଛନ୍ତି ସୋନୁ ସୁଦ । ଲଗାତାର ଭାବେ ଲୋକମାନଙ୍କ ସେବାରେ ଲାଗିଛନ୍ତି ସେ । ତାଙ୍କ ପାଇଁ ଦିନ କି ରାତି ସେଭଳି କୌଣସି ନିର୍ଦ୍ଧିଷ୍ଟ ସମୟ ନଥାଏ । ଯେକୌଣସି ସମୟରେ ସୋନୁଙ୍କୁ ଖୋଜିଲେ ଦେବଦୂତଙ୍କ ଭଳି ହାଜର ହୋଇଯାଉଛନ୍ତି ସୋନୁ । ଗତ ଲକ୍‌ଡାଉନ୍‌ ଠାରୁ ଆରମ୍ଭ କରି ଏବେ ଯାଏଁ ଅସହାୟ ଏବଂ ଅସୁବିଧାରେ ପଡିଥିବା ଲୋକମାନଙ୍କୁ କୌଣସି ନା କୌଣସି ଉପାୟରେ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି ସେ । ଏଥିରେ ତାଙ୍କୁ ଲଗାତାର ଭାବେ ସାହାଯ୍ୟ କରିଆସୁଛନ୍ତି ତାଙ୍କ ଟିମ ।

ସୋନୁ କହିଛନ୍ତି, ‘ ପ୍ରତିଦିନ ୨୨ ଘଣ୍ଟା କାମ କରୁଛି । ପ୍ରତିଦିନ ଆମ ପାଖକୁ ୪୦ ରୁ ୫୦ ହଜାର ଫୋନ କଲ ଆସୁଛି । ବିଭିନ୍ନ ସମସ୍ୟା ନେଇ ଲୋକମାନେ ଫୋନ କରୁଛନ୍ତି । ଏଭଳି ପରିସ୍ଥିତିରେ ଅସହାୟଙ୍କୁ ସାହାଯ୍ୟ କରିବା ପ୍ରଥମ କର୍ତ୍ତବ୍ୟ । ପ୍ରତିଦିନ ବିଭିନ୍ନ ସମସ୍ୟା ଆସୁଛି ଏବଂ ସମାଧାନ ବି ହେଉଛି । କିନ୍ତୁ ସମସ୍ତଙ୍କ ପାଖରେ ପହଞ୍ଚିବା ସମ୍ଭବପର ହେଉନାହିଁ । ପାରୁ ପର୍ଯ୍ୟନ୍ତ ଚେଷ୍ଟା ଜାରି ରହିଛି ।’

ସୋନୁ ଆହୁରି ମଧ୍ୟ କହିଛନ୍ତି, ‘ମୋ ଟିମରେ କେବଳ ରେମଡେସିଭିର ଇଞ୍ଜେକସନ୍ର ବ୍ୟବସ୍ଥା କରୁଛନ୍ତି ୧୦ ଜଣ । ଏମାନେ ପ୍ରତିଦିନ ବିଭିନ୍ନ ସ୍ଥାନକୁ ଯାଇ ଯୋଗାଡ କରୁଛନ୍ତି । ସେହିଭଳି ବେଡ୍‌ ଠିକ୍‌ କରିବା ପାଇଁ କିଛି ଲୋକ କମା କରୁଛନ୍ତି । ସାରା ଦେଶର ବିଭିନ୍ନ ସହରର ଡାକ୍ତରମାନଙ୍କ ସହିତ ଫୋନ ଯୋଗେ କଥା ହେବାକୁ ପଡୁଛି । ପ୍ରତିଦିନ ସାହାଯ୍ୟ କରିବା ପାଇଁ ଯେତିକି ଲୋକ ଫୋନ, ମେସେଜେ୍‌, ଟ୍ବିଟ୍ କରୁଛନ୍ତି ସେସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ ୧୧ ବର୍ଷ ସମୟ ଲାଗିବ । ତେଣୁ ଏତେ ପରିମାଣରେ ଲୋକଙ୍କୁ ଏକାଥରେ ସାହାଯ୍ୟକରିବା ସମ୍ଭବପର ହେଉନାହିଁ । ଯେତିକି ସମ୍ଭବ ହେଉଛି ମୁଁ ଏବଂ ମୋ ଟିମ୍‌ କାମରେ ଲାଗିଛୁ ।’

   Related Posts