ସୋନୁ ସୁଦ୍‌ଙ୍କ ନାଁରେ ଠକେଇ : ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ରିୟଲ୍ ଲାଇଫ୍ ହିରୋ

Published By : Prameya-News7 Bureau | June 05, 2020 IST

ମୁମ୍ବାଇ ୦୫/୦୬ : ସୋନୁ ସୁଦ୍ ବର୍ତ୍ତମାନ ଦେଶର ଏକ ଚର୍ଚ୍ଚିତ ଚେହେରା | ପ୍ରବାସୀଙ୍କୁ ସାହାଯ୍ୟ କରି ସେ ବର୍ତ୍ତମାନ ପ୍ରବାସୀ ଶ୍ରମିକଙ୍କ ପାଇଁ ଭଗବାନ ପାଲଟିଛନ୍ତି | ସେ ନିଜ ଖର୍ଚ୍ଚରେ ପ୍ରବାସୀଙ୍କୁ ନିଜ ନିଜ ଘରକୁ ଯିବାକୁ ସାହାଯ୍ୟ କରୁଛନ୍ତି | ଏଥିପାଇଁ ସେ କେଉଁ ଶ୍ରମିକ, କିମ୍ବା ଅଭାବୀଙ୍କ ଠାରୁ ଟଙ୍କାଟିଏ ବି ନେଉନାହାନ୍ତି | କିନ୍ତୁ ସୋନୁଙ୍କ ନାଁରେ କିଛି ଲୋକ ଠକେଇ କରୁଥିବା ଅଭିଯୋଗ ହୋଇଛି | ସୋନୁଙ୍କ ନାଁ ନେଇ କିଛି ଲୋକ ଶ୍ରମିକଙ୍କ ଠାରୁ ଟଙ୍କା ଥକି ନେଉଥିବା ଅଭିଯୋଗ ହୋଇଛି | ସୋନୁ ନିଜେ ଏନେଇ ସୋସିଆଲ୍ ମିଡ଼ିଆରେ ଲୋକଙ୍କୁ ସୂଚନା ଦେବାସହ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି |

{"id":281437,"sizeSlug":"large"}

ସେ ଟ୍ୱିଟରରେ ଟ୍ୱିଟ କରି ଲୋକଙ୍କୁ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି | ସେ ହ୍ୱାଟ୍ସ ଆପ୍ ଚାଟର ଏକ ସ୍କ୍ରୀନସର୍ଟ ମଧ୍ୟ ସେୟାର କରିଛନ୍ତି | ସେ ଲେଖିଛନ୍ତି, 'କିଛି ଲୋକ ଅସୁବିଧାର ଫାଇଦା ଉଠାଇବା ପାଇଁ ଆପଣଙ୍କୁ ସମ୍ପର୍କ କରିବେ | ଆମେ ଶ୍ରମିକଙ୍କ ପାଇଁ ଯେଉଁ ସେବା ଆରମ୍ଭ କରିଛୁ ତାହା ସମ୍ପୂର୍ଣ ନିଃଶୁଳ୍କ | ଯଦି କୌଣସି ବ୍ୟକ୍ତି ମୋ ନାଁରେ ଆପଣଙ୍କୁ ଟଙ୍କା ମାଗେ ତାହେଲେ ମନା କରିଦିଅନ୍ତୁ ଏବଂ ନିକଟସ୍ଥ ପୋଲିସ ଥାନାରେ ସୂଚନା ଦିଅନ୍ତୁ |'

ଅଭିନେତା ସୋନୁ ସୁଦ ଦିନକୁ ୧୮ ଘଣ୍ଟା କାମ କରୁଛନ୍ତି | ୧୮ ଘଣ୍ଟା କାମ କରି ସେ ଲଗାତାର ପ୍ରବାସୀଙ୍କୁ ସାହାଯ୍ୟ କରୁଛନ୍ତି | ପ୍ରବାସୀଙ୍କ ସାହାଯ୍ୟ ପାଇଁ ତାଙ୍କ ଟିମ ମଧ୍ୟ ଦିନ ରାତି ପରିଶ୍ରମ କରୁଛି |

{"id":281439,"sizeSlug":"large"}

କଲି ଯାଏଁ ତାଙ୍କୁ ସମସ୍ତେ ଭିଲିଆନ ଭାବେ ଚିହ୍ନିଥିଲେ | ଆଜି କିନ୍ତୁ ସେ ପ୍ରବାସୀ, ଅଭାବୀଙ୍କ ପାଇଁ ଭଗବାନ | ରିଲ ଲାଇଫରେ ନେଗେଟିଭ ଚରିତ୍ରରେ ଅଭିନୟ କରୁଥିବା ସୋନୁ ରିୟଲ ଲାଇଫର ହିରୋ | ମୁମ୍ବାଇରେ ଫସି ରହିଥିବା ପ୍ରବାସୀଙ୍କୁ ସେ ଟ୍ରେ, ବସ, ଫ୍ଲାଇଟ ସାହାଯ୍ୟରେ ନିଜ ନିଜ ଘରକୁ ପଠାଇଛନ୍ତି | ସେ କେବଳ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରୁନାହାନ୍ତି | ବର୍ତ୍ତମାନ ସେ ବାତ୍ୟା ନିସର୍ଗରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ମଧ୍ୟ ସାହାଯ୍ୟ କରୁଛନ୍ତି | ସୋନୁ ସୁଦ ଓ ତାଙ୍କ ଟିମ ଉପକୂଳବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ପାଖାପାଖି ୨୮ ହଜାର ଲୋକଙ୍କୁ ରହିବାକୁ ଜାଗା ଦେଇଛନ୍ତି | ଏହାସହ ଖାଦ୍ୟ ସାମଗ୍ରୀ ମଧ୍ୟ ଯୋଗାଇ ଦେଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.