Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ସୋନୁ ସୁଦ ଚାହୁଁଛନ୍ତି ୨୦୨୧ ବୋର୍ଡ ପରୀକ୍ଷା ବାତିଲ କରାଯାଉ, ଛାତ୍ରଙ୍କ ସମର୍ଥନରେ ସେୟାର କଲେ ଭିଡିଓ

12/04/2021 at 10:02 AM

ନୂଆଦିଲ୍ଲୀ ୧୨/୦୪: ବଲିଉଡ ଅଭିନେତା ସୋନୁ ସୁଦ ନିକଟରେ ଛାତ୍ରମାନଙ୍କ ସମର୍ଥନରେ ବାହାରିଛନ୍ତି । ଏକ ଭିଡିଓ ସେୟାର କରି ୨୦୨୧ ଅଫଲାଇନ୍ ବୋର୍ଡ ପରୀକ୍ଷା ବାତିଲ କରିବାକୁ ସେ ଦାବି କରିଛନ୍ତି । ଏଥିପାଇଁ ସେ ଅନେକ ଉଦାହରଣ ମଧ୍ୟ ଦେଇଛନ୍ତି ।

କରୋନା ଭାଇରସ୍ ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ସୋନୁ ଅଫଲାଇନ୍ ବୋର୍ଡ ପରୀକ୍ଷା ବାତିଲ କରିବାକୁ ଦାବି କରିଛନ୍ତି । ପରୀକ୍ଷା ପାଇଁ ଏକ ଭିନ୍ନ ପଦ୍ଧତି ଅନୁସନ୍ଧାନ କରାଯିବା ଉଚିତ ବୋଲି ସେ କହିଛନ୍ତି । ଗତ ରବିବାର ଇନଷ୍ଟାଗ୍ରାମରେ ପ୍ରକାଶିତ ଏକ ଭିଡିଓରେ ସୋନୁ କହିଛନ୍ତି- ‘ଆମ ଦେଶର ଛାତ୍ରମାନେ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି । କିନ୍ତୁ ମୋତେ ଲାଗୁ ନାହିଁ ଯେ ସେମାନେ ଏପର୍ଯ୍ୟନ୍ତ ପ୍ରସ୍ତୁତ ଅଛନ୍ତି ।

ସୋନୁ ସୁଦ ଏହି ଭିଡିଓରେ କହିଛନ୍ତି ‘ଯେତେବେଳେ ସାଉଦିରେ ମାତ୍ର ୬୦୦ ମାମଲା ଥିଲା, ପରୀକ୍ଷା ବାତିଲ କରାଯାଇଥିଲା । ମେକ୍ସିକୋରେ ୧୩୦୦ ମାମଲା ରିପୋର୍ଟ ହୋଇଥିବାବେଳେ ତୁରନ୍ତ ପରୀକ୍ଷା ବାତିଲ କରାଯାଇଥିଲା । କୁଏତରେ ୧୫୦୦ ମାମଲା ପରେ ପରୀକ୍ଷା ବାତିଲ କରାଯାଇଥିଲା । ଭାରତରେ ୧.୪୫ ଲକ୍ଷ ମାମଲା ରିପୋର୍ଟ ହୋଇଛି, ତଥାପି ଆମେ ପରୀକ୍ଷା କରାଇବାକୁ ଚିନ୍ତା କରୁଛୁ, ଏହା ଭୁଲ ‘ ।

Sonu Sood supports 'cancel board exam 2021', feels 'there should be  internal assessment method to promote' students

ତାଙ୍କର କହିବା କଥା ଏଥିପାଇଁ କୌଣସି ବିକଳ୍ପ ପଦ୍ଧତି ଅନୁସନ୍ଧାନ କରାଯିବା ଉଚିତ, ଯେପରିକି ‘ଅଣ୍ଟରନାଲ୍ ଆସେସମେଣ୍ଟ’, ଏପରି ପରିସ୍ଥିତିରେ ଛାତ୍ରମାନଙ୍କୁ ସମର୍ଥନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେ କହିଛନ୍ତି- ‘ମୁଁ ପ୍ରତ୍ୟେକ ଛାତ୍ରଙ୍କ ସମର୍ଥନରେ ଛିଡ଼ା ହୋଇଛି, ଯେଉଁମାନେ ଅଫ-ଲାଇନ୍ ପରୀକ୍ଷା ପାଇଁ ଏପର୍ଯ୍ୟନ୍ତ ପ୍ରସ୍ତୁତ ନୁହଁନ୍ତି’ ।

   Related Posts