Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଦୁଃଖ ପ୍ରକାଶ କଲେ ସୋନୁ ସୁଦ୍-‘ଗ୍ରାମବାସୀ ଯଦି ଗାଁକୁ ଫେରିଯିବେ ସହରବାସୀ ସହର କେମିତି ଗଢିବେ ?’

20/04/2021 at 5:00 PM

ମୁମ୍ବାଇ ୨୦/୦୪ : କୋଭିଡ ଯୋଗୁ ଦେଶର ସ୍ଥିତି ସଙ୍ଗୀନ ରହିଛି। ଯେଉଁମାନେ କାମ ପାଇବାକୁ ନିଜ ଭିଟାମାଟି ଛାଡି ସହର ଚାଲିଯାଇଥାନ୍ତି ସେମାନନ୍କ ଅବସ୍ଥା ବର୍ତ୍ତମାନ ଦୟନୀୟ। ଗତବର୍ଷ ହଠାତ ଲକଡାଉନ ଘୋଷଣା ହେବାପରେ ପ୍ରବାସୀ ଶ୍ରମିକ କେତେ କଷ୍ଟରେ ନିଜ ଘରକୁ ଫେରିଥିଲେ ତାହା ସାକ୍ଷୀ ପୁରା ଦେଶ। ଅଧା ବାଟରେ କେତେ ଲୋକ ପ୍ରାଣ ବି ହରାଇଥିଲେ। ଲୋକେ କୌଣସି ପ୍ରକାରେ ନିଜୁଆ ଘରକୁ ଫେରିବାକୁ ପ୍ରୟାସ କରିଥିଲେ। ଠିକ୍ ଏତିକିବେଳେ ଭଗବାନଙ୍କ ଭଳି ପ୍ରବାସୀଙ୍କ ପାଇଁ ପ୍ରକଟ ହୋଇଥିଲେ ବଲିଉଡ ଅଭିନେତା ସୋନୁ ସୁଦ। ବର୍ତ୍ତମାନ ଦେଶରେ କରୋନା ସ୍ଥିତି ଭୟାବହ ହୋଇଛି। ପୁଣି ବିଭିନ୍ନ ରାଜ୍ୟରେ ଲକଡାଉନ ଘୋଷଣା ହୋଇଛି। ଲକଡାଉନ୍ ଘୋଷଣା ପରେ ଲୋକଙ୍କ ପଳାୟନର ଛବି ସାମ୍ନାକୁ ଆସିଛି। ଲୋକଙ୍କ ପଳାୟନ ଦେଖି ସୋନୁ ସୁଦ ଚିନ୍ତା ପ୍ରକାଶ କରିଛନ୍ତି।

ହଠାତ ଲକଡାଉନ ଘୋଷଣା ପରେ ପ୍ରବାସୀ ନିଜ ଭଵିଷ୍ୟତ ଆଶଙ୍କାରେ ପଳାୟନ ଆରମ୍ଭ କରିଦେଇଛନ୍ତି। ବସଷ୍ଟାଣ୍ଡ, ରେଲୱେ ଷ୍ଟେସନରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି। ପ୍ରବାସୀଙ୍କ ପଳାୟନର ଭୟଙ୍କର ଚିତ୍ର ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି। ବସ୍ ଭିତରେ ଜାଗା ନ ପାଇଲେ ଲୋକେ ବସ ଛାତ ଉପରେ ଚଢି ଫେରି ଯାଉଛନ୍ତି। ଏମାନଙ୍କ ପାଇଁ ସାମାଜିକ ଦୂରତାର କିଛି ମୂଲ୍ୟ ନାହିଁ। ଏମାନଙ୍କ ଲକ୍ଷସ୍ଥଳ ଏମାନଙ୍କ ନିଜ ଗାଁ, ନିଜ ସହର। ଏମିତି ଏକ ଫଟୋ ସୋନୁ ସୁଦ୍ ସୋସିଆଲ ମିଡ଼ିଆରେ ସେୟାର କରି ନିଜ ପୀଡା ଦର୍ଶାଇଛନ୍ତି। ସୋନୁ ଟ୍ୱିଟରରେ ଏହି ଫଟୋ ସେୟାର କରି ଲେଖିଛନ୍ତି, ‘ଗାଁଲୋକ ଯଦି ଗାଁକୁ ଫେରିଯିବେ ତାହାଲେ ସହରବାସୀ ସହର କେମିତି ଗଢିବେ ?’

   Related Posts